କାକଟପୁର ପ୍ରେସ କ୍ଲବର ଦ୍ଵିତୀୟ ବାର୍ଷିକୋତ୍ସବରେ ସାମ୍ବାଦିକ ସନ୍ତୋଷ ଦାଶ ସମ୍ବର୍ଦ୍ଧିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା କାକଟପୁର ପ୍ରେସ କ୍ଲବର ୨ୟ ବାର୍ଷିକ ଉତ୍ସବ ସହ ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ କାକଟପୁରସ୍ଥିତ ଖୁଣ୍ଟିଆ କନଭେନସନ ପରିସରରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମା’ ମଙ୍ଗଳାଙ୍କ ପୀଠରୁ ଅଖଣ୍ଡ ପ୍ରଦୀପ ଅଣାଯାଇ ସଭାସ୍ଥଳରେ ପ୍ରଜ୍ଵଳନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ରେ ପ୍ରସିଦ୍ଧ ସୋମେଶ୍ୱର ମନ୍ଦିର ପରିସର ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଓ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ଯୋଗ ଦେଇଥିଲେ। ଅପରାହ୍ନ ରେ ଦ୍ଵିତୀୟ ପର୍ଯ୍ୟାୟରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦୀକ୍ଷିତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଯଦି ତୁରନ୍ତ ସାମ୍ବାଦିକ ମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ବାଧ୍ୟ ହୋଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଆସନ୍ତା ଶିତ କାଳୀନ ବିଧାନସଭା ଅଧିବେଶନ ସମୟ ରେ ରାଜଧାନୀ ଠାରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ଓ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସଭାପତି ପୁର୍ଣ୍ଣଚନ୍ଦ୍ର ନାୟକ ଘୋଷଣା କରିଥିଲେ। ଅନ୍ତିମ ପର୍ଯ୍ୟାୟ ରେ କାକଟପୁର ପ୍ରେସ କ୍ଲବ ର ଦ୍ଵିତୀୟ ବାର୍ଷିକୋତ୍ସବ ବରିଷ୍ଠ ସାମ୍ବାଦିକ ସଞ୍ଜୟ ପତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଷ୍ଣୁପ୍ରସାଦ ତରାଇ, ସମ୍ମାନିତ ଅତିଥି ଭାବେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏବଂ କାକଟପୁର ସାମ୍ବାଦିକ ସଂଘର ସମ୍ପାଦକ ଆଦିତ୍ୟ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର ରେ କାକଟପୁର ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦାଶ ଙ୍କୁ ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୂତି ଭୂଷଣ କର ସମ୍ବର୍ଦ୍ଧିତ କରିଥିବାବେଳେ ଉତ୍ସବ ରେ ଯୋଗ ଦେଇଥିବା ବିଭିନ୍ନ ପ୍ରେସ କ୍ଲବ ର କର୍ମକର୍ତ୍ତା ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷ ଙ୍କୁ କାକଟପୁର ପ୍ରେସ କ୍ଲବ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ