କଙ୍କୋରଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ): ଶୁକ୍ରବାର ଦିନ କଙ୍କୋରଡ଼ାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଶ୍ରୀ କୃଷ୍ଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ଯୋଗଦାନ କରି ଶ୍ରୀକୃଷ୍ଣ ଭଗବାନଙ୍କ ଜନ୍ମଲୀଳାକୁ ଆଶୀର୍ବଚନ ମାଧ୍ୟମରେ ବୁଝାଇବା ସହ ନିଜ ନିଜର ଅନୁଭୂତି ଓ ମହାପୁରୁଷମାନଙ୍କ ବାଣୀକୁ ଉପସ୍ଥାପନ କରିଥିଲେ । କୃଷ୍ଣ ଭଗବାନ ଯେଉଁ ଭଳି ସମାଜରେ ସତ୍ୟକୁ ସ୍ଥାପନ କରିବା ଓ ଅସତ୍ୟକୁ ବିନାଶ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଜନ୍ମିତ ଶିଶୁ ହିଁ ଶ୍ରୀକୃଷ୍ଣ ଭଗବାନଙ୍କ ସ୍ୱରୂପ ସଦୃଶ୍ୟ । କାରଣ ତାହାର ମସ୍ତିଷ୍କ ମଧ୍ୟରେ ସମସ୍ତ ପ୍ରକାର ପ୍ରକୃତିଗତ ଐଶ୍ୱରିକ ଗୁଣ ରହିଥାଏ ଏବଂ କୌଶସି ପ୍ରକାର ଆବିଳତା ପ୍ରବେଶ କରି ନଥାଏ । ସେହିପରି ଆମ ଭିତରେ କୌଣସି ଐଶ୍ୱରିକ ଗୁଣକୁ ବହନ କରିଲେ ଆମ୍ଭ ଜୀବନ ଆଦର୍ଶ ହୋଇପାରିବ । ବର୍ତ୍ତମାନ ପରିସ୍ଥିତିରେ ସାରା ବିଶ୍ୱରେ ଶିଶୁମାନଙ୍କୁ ଓ ଛାତ୍ରଛାତ୍ରୀମାନଙ୍କୁ କେବଳ କେବଳ କେବଳ ଶିଶୁ ବିଦ୍ୟା ମନ୍ଦିରମାନଙ୍କରେ ହିଁ ଉତ୍ତମ ଚରିତ୍ର, ଉତ୍ତମ ସଂସ୍କାର ଓ ପବିତ୍ର ମନ ତଥା ସରଳ, ବିନମ୍ରତା ଶିକ୍ଷା ପ୍ରଦାନ କରିଥାନ୍ତି ବୋଲି ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ କହିଥିଲେ । ସମ୍ପାଦକ ଶିବରାମ ବିଷୋୟୀ ଆୟୋଜନ କରିବାସହ କୋଷାଧ୍ୟକ୍ଷ ଅନ୍ତର୍ୟ୍ୟାମୀ ପ୍ରଧାନଙ୍କ ସମେତ ୪୫ ଜଣ ସେବାବ୍ରତୀ ସହଯୋଗ କରିଥିଲେ ଓ ୭୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ କେତେକ ଛାତ୍ରଛାତ୍ରୀ ରାଧାକୃଷ୍ଣଙ୍କ ବେଶ ପରିଧାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ପରିଶେଷରେ ପ୍ରଧାନ ଆଚାର୍ୟ୍ୟ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


