ଗଙ୍ଗଦାହାଟରେ ଥିବା ମା’ଖଣ୍ଡୁଆଳ ଡେକୋରେଟରୁ ଚୋରି

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ମା’ଖଣ୍ଡୁଆଳ ଡେକୋରେଟରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଡେକୋରେଟରର ମାଲିକ ଦିପ୍ତିରଂଜନ ସ୍ୱାଇଁ ଗାରୋଇ ଫାଣ୍ଡିରେ ବୁଧବାର ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଡେକୋରେଟର ଜିନିଷ ଥିବା ଘରୁ ୩ଟି ଡାକବାଜି ଯନ୍ତ୍ର ମେସିନ,ଗୋଟିଏ ଇନଭେଟର ମେସିନ ଓ ବ୍ୟାଟେରୀ ଚୋରି ଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଦିପ୍ତିଙ୍କ ଘର ତିରୁଣା ଗ୍ରାମରେ ହୋଇଥିବାରୁ ସେ ଘରେ ରହିଥିଲେ । ରାତିରେ କେହି ଦୁବୃତ ଚୋରି କରିଥିବା ଅନୁମାନ କରାଯାଉଛି । ଅଭିଯୋଗ ପାଇବା ପରେ ଗାରୋଇ ଫାଣ୍ଡି ଅଧିକାରୀ ବନମାଳି ବେହୁରା ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହିତ ତଦନ୍ତ ଜାରି ରହିଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ