କୋଭିଡ ଦାୟିତ୍ବରେ ଥିବା ତହସିଲଦାରଙ୍କୁ ର୍ଦୁବ୍ୟବହାର ;୨ ବ୍ୟବସାୟୀ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ ସଂକ୍ରମଣ ଦେଖି କନ୍ଧମାଳ ଜିଲ୍ଲାପାଳ ଜିଲ୍ଲାରେ କଟକଣା ଜାରି କରିଛନ୍ତି। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। କିନ୍ତୁ କିଛି ବ୍ୟବସାୟୀ ଦିନ ୧ଟା ପରେ ମଧ୍ୟ ଦୋକାନ ଖୋଲି ନିୟମ ଉଲ୍ଲଂଘନ କରୁଥିବା କୋଟଗଡ ବଜାରରେ ଦେଖିବାକୁ ମିଳିଛି। କୋଟଗଡ ବଜାରର ସକାଳ ୭ଟାରୁ ୧ଟା ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବା ବେଳେ କିଛି ବ୍ୟବସାୟୀ ୧ଟା ପରେ ବି ଦୋକାନ ଖୋଲି ଅଯଥା ଗହଳି କରୁଥିଲେ। ଏହାକୁ ଦେଖି ସ୍ଥାନୀୟ ତହସିଲଦାର ଲକ୍ଷ୍ମୀଧର ସାହୁ ଦିନ ୧ଟା ପରେ ଦୋକାନ ବଜାର ବନ୍ଦ କରିବା ପାଇଁ କିଛି ବ୍ୟବସାୟୀକୁ କହିବା ପରେ ମଧ୍ୟ କୋଟଗଡର ମନିଶ ଭେରାଇଟୀ ଷ୍ଟୋର ନାମକ ଏକ ଦୋକାନୀ ତହସିଲଦାରଙ୍କ ସହ ଯୁକ୍ତିତର୍କ କରିବା ସହ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ। ଏହା ପରେ ତହସିଲଦାର ଉକ୍ତ ଦୋକାନକୁ ସିଲ କରିବା ସହ ଆଖପାଖ ଦୋକାନମାନଙ୍କଠାରୁ ଜୋରିମାନା ଆଦାୟ କରିଥିଲେ। ଏସଂପର୍କରେ ତହସିଲଦାର କୋଟଗଡ ଥାନାରେ ଏକ ଏତଲା ଦେଇଥିଲେ। ତହସିଲଦାରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। କିନ୍ତୁ କୋଭିଡ୍-୧୯ ଯୋଗୁଁ ସେମାନଙ୍କୁ ହାଜତକୁ ପଠାଯାଉନଥିବାରୁ ବେଲରେ ଛାଡି ଦିଆଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ