ରୋଟାରି କ୍ଳବ ତରଫରୁ କୋରନା ସଚେତନତା ।

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): କରୋନା ରୁ ଦୁରେଇ ରହିବା ପାଇଁ ହାତ ଧୋଇବା, ହାତ ସାନିଟାଇଜ କରିବା, ମାସ୍କ ପିନ୍ଧିବା ଜରୁରୀ କାଳୀନ ଦିନଚର୍ଯ୍ୟାରେ ପରିଣତ ହୋଇଛି ।ଏଥିପାଇଁ ଭଞ୍ଜନଗର ରୋଟାରି କ୍ଳବ ତରଫରୁ ଆଜି ବେଲଗୁଣ୍ଠା ସହରରେ ସଚେତନତା ବାର୍ତ୍ତାର ସୁଚନା ଲଗାଯିବା ସହ ସ୍ଥାନୀୟ ଫାଣ୍ଡିକୁ ଏକ ସ୍ୱୟଂ ଚାଳିତ ସାନିଟାଇଜ ମେସିନ ପ୍ରଦାନ କରାଯାଇଛି ।ଫାଣ୍ଡିକୁ ଜନସାଧାରଣଙ୍କ ଯିବା ଆସିବା ଥିବାରୁ ସଂକ୍ରମଣର ସମ୍ଭାବନା ଅଧିକ ଥିବା ରୁ ଭଞ୍ଜନଗର ରୋଟାରି କ୍ଳବ ଉପସଭାପତି ଭି.ଦେବୀ ପ୍ରସାଦ ପାତ୍ର, ପୁର୍ବତନ ସଭାପତି ରୋଟାରିଆନ୍ ମଧୁସୂଦନ ମହାପାତ୍ର, ଓ ରୋଟାରିଆନ୍ ପ୍ରଶାନ୍ତ କୁମାର ସାହୁ, ପୁର୍ବତନ ସଂପାଦକ ସନ୍ନତ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ବେଲଗୁଣ୍ଠା ଫାଣ୍ଡିକୁ ଏହା ପ୍ରଦାନ କରିଥିଲେ ।ତାହା ସହ ବେଲଗୁଣ୍ଠା ସହରରେ ବିଭିନ୍ନ ଛକ ମାନଙ୍କରେ କରୋନା ସଚେତନତା ବ୍ୟାନର ଲଗାଯାଇଥିଲା ।ପୁର୍ବରୁ କ୍ଲବ ତରଫରୁ ବେଲଗୁଣ୍ଠା ବ୍ଳକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାନିଟାଇଜର୍ ମେସିନ ପ୍ରଦାନ କରାଯାଇଥିଲା ।କ୍ଳବର ଏହି ମହତ କାର‌୍ୟ୍ୟ ପାଇଁ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ରୋଟାରି କ୍ଳବକୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ