ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥକୁ ଆସିକାରେ ସ୍ୱାଗତ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍):  ଭଗବାନ ସତ୍ୟସାଇବାବାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ସତ୍ୟସାଇ ସେବା ସଂଗଠନ ଓଡିଶାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସାରା ରାଜ୍ୟ ପରିକ୍ରମା କରୁଥିବା ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ଦିବ୍ୟରଥକୁ ଆସିକାରେ ଶ୍ରଦ୍ଧାଳୁ ଭକ୍ତମାନେ ଅତ୍ୟନ୍ତ ଭକ୍ତ ଓ ଉତ୍ସାହର ସହକାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସାଙ୍ଗକୁ ବନ୍ଦାପନା ଓ ଆରତୀ କରିଥିବା ଦେଖିବାକୁ ମିଳିଥିଲା । ଭଗବାନ ସତ୍ୟସାଇବାବାଙ୍କ ପ୍ରେମ, ସେବା, ମାନବତା ଓ ବିଶ୍ୱ ବନ୍ଧୁତ୍ୱର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଭଂଜନଗରରୁ ଆସି ଆସିକା କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମୁଖ୍ୟରାସ୍ତା ନିକଟରେ ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥ ପହଞ୍ଚିବା ପରେ ସତ୍ୟସାଇ ସେବା ସଂଗଠନର ଗଞ୍ଜାମ ଜିଲ୍ଲା-୨ ସଭାପତି ଦେବଶିଷ୍‍ ମିଶ୍ର, ସାଇ ଆଶ୍ରିତ ଏନ୍‍.କାମେଶ୍ୱର ରାଓ, ମନୋଜ କୁମାର ଦାଶ, ଶିବ ନାହାକ, ଅଜିତ୍‍ କୁମାର ପଟ୍ଟନାୟକ, ଭି.କ୍ରିଷ୍ଣାସ୍ୱାମୀ ରାଓ, ବୁଦ୍ଧିରାମ ନାହାକ, ସନ୍ୟାସୀ ନାହାକ, ପ୍ରଦୀପ କେଶରୀ ରାଉତ, ବୃନ୍ଦାବନ ପ୍ରଧାନ, ଜୟପ୍ରଦା ମହାପାତ୍ର, ରୁବିରାଣୀ ରଥ, ଗୋପୀନାଥ ସ୍ୱାଇଁ, ଛବି ରାଉତ, ଇଶ୍ୱରୀ ନାହାକଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା । ସମଗ୍ର ଭାରତବର୍ଷରେ ଭଗବାନ ସତ୍ୟସାଇବାବାଙ୍କ ନୀତି ଓ ଆଦର୍ଶ ଏବଂ ପ୍ରେମର ନିରନ୍ତର ବାର୍ତ୍ତା ଓ ପ୍ରଶାନ୍ତିର ଅମୃତକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସାରା ରାଜ୍ୟ ପରିକ୍ରମା କରୁଥିବା ଶ୍ରୀ ସତ୍ୟସାଇ ପ୍ରେମ ପ୍ରବାହିନୀ ରଥକୁ ଆସିକାରେ ବନ୍ଦାପନା ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ