ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁର୍ନିତୀ ନିବାରଣ ସଚେତନତା କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ଦୁର୍ନିତୀ ନିବାରଣ ସଚେତନତା ମାସ ପାଳନ ଅବସରରେ କଲେଜଛକ ସ୍ଥିତ ଟିପିଏସ୍ଓଡିଏଲ୍ ନିରାପତ୍ତା ଓ ଦୁର୍ନିତୀ ନିବାରଣ ପକ୍ଷରୁ ସ୍ଥାନୀୟ ଚିନିଶିଳ୍ପ ନୁଆଗାଁ ସ୍ଥିତ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ପରିସରରେ ଏକ ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ ନିରାପତ୍ତା ଓ ଦୁର୍ନିତୀ ନିବାରଣ ବିଭାଗର ଆସିକା ସର୍କଲ୍ ବରିଷ୍ଠ ପଦାଧିକାରୀ ଉମାକାନ୍ତ ମଲିକ ଏବଂ ମୁରଲିଧର ପଟ୍ଟନାୟକ ଓ ରାଜେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦୁର୍ନିତୀ ନିବାରଣ ସଚେତନତାର ବାର୍ତ୍ତା ଦେବା ସହିତ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାର୍ଥୀମାନଙ୍କୁ ଶପଥପାଠ କରାଇବା ସାଙ୍ଗକୁ ପ୍ରତ୍ୟେକ ନାଗରିକ ସଚେତନ ହେବା ସହିତ ଆଇନର ଅନୁପାଳନ କରିବା ଏବଂ ସାଧୁତା ଓ ସ୍ୱଚ୍ଛତାର ସହ ଜନସାଧାରଣଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ସହ ଉତ୍କୋଚ ନେବା ନାହିଁ କି ଦେବା ନାହିଁ, ସମାଜରେ ସାଧୁତା ଓ ସ୍ୱଚ୍ଛତା ଏବଂ ଉତ୍ତର ଦାୟିତ୍ୱ ବଜାୟ ରଖିବା ସହିତ ଦୁର୍ନିତୀ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା, ଦୁର୍ନିତୀମୁକ୍ତ ପରିବେଶ ଗଠନ କରିବା, ଦୁର୍ନିତୀ ବିରୋଧରେ ସାମୂହିକ ସଚେତନତା ସୃଷ୍ଟି କରିବା ଏବଂ ସଚ୍ଚୋଟତା ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା, ବିଦ୍ୟୁତ ଚୋରୀ କରିବା ନାହିଁ କି ଅନ୍ୟକୁ ମଧ୍ୟ ବିଦ୍ୟୁତ ଚୋରୀ କରିବାକୁ ଦେବା ନାହିଁ, ନିଜର ଅଧିକାର ଓ ଦାୟିତ୍ୱ ସଂପର୍କରେ ସଦାସର୍ବଦା ସଚେତନ ରହିବା, ଏକ ସ୍ୱଚ୍ଛ ଓ ସୁରକ୍ଷିତ ଏବଂ ଦୁର୍ନିତୀମୁକ୍ତ ସମାଜ ଗଠନ କରିବା, ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ନିଜ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିବା, ଦୁର୍ନିତୀ ଦୂର କରିବା ପାଇଁ ସମସ୍ତ କାର୍ଯ୍ୟର ସଚ୍ଚୋଟତା, ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟ ରଖିବା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଦୁର୍ନିତୀ ନିବାରଣ ସପ୍ତାହ ମାସ ପାଳନ ଅବସରରେ ଆସିକା କଲେଜଛକ ସ୍ଥିତ ଟିପିଏସ୍ଓଡିଏଲ୍ର ନିରାପତ୍ତା ଏବଂ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ଦି ଆସିକା ସୁଗର ଇଣ୍ଡଷ୍ଟ୍ରିସ୍ ହାଇସ୍କୁଲ ନୁଆଗାଁ ପରିସରରେ ଅନୁଷ୍ଠିତ ସଚେତନତା ଓ ଶପଥପାଠ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ଅନିଲ୍ କୁମାର ନାୟକ, ହେଲିନା ତିରିଆ, ମିତାରାଣୀ ବେହେରା, ଅବସରପ୍ରାପ୍ତ କର୍ମଚାରୀ ହାଡୁ ପାଣିଗ୍ରାହୀଙ୍କ ସମେତ ବହୁ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା କଲେଜଛକ ସ୍ଥିତ ଟିପିଏସ୍ଓଡିଏଲ୍ ନିରାପତ୍ତା ଓ ଦୁର୍ନିତୀ ନିବାରଣ ବିଭାଗ ପକ୍ଷରୁ ଅନୁଷ୍ଠିତ ଦୁର୍ନିତି ନିବାରଣ ସଚେତନତା ମାସ ୨୦୨୬ ପାଳନ ଅବସରରେ ସାଧୁତାରୁ ସମୃଦ୍ଧି ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ସତ୍ୟନିଷ୍ଠା ଆମର ପରିଚୟ, ସ୍ୱଚ୍ଛତା ଆମର ଅଧିକାର ଏବଂ ଦୁର୍ନିତୀମୁକ୍ତ ସମାଜ ଗଠନ ଆମର ସଂକଳ୍ପ ଉପରେ ଆଲୋକପାତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା ।


