ପାଣି ଘେରରେ ବ୍ରହ୍ମଗିରି
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ତିନି ଚାରି ଦିନ ଧରି ଲଘୁଚାପ ଯୋଗୁ ପ୍ରାୟ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାକୁ ଲାଗିଛି | ପ୍ରବଳ ବର୍ଷା ଯୋଗୁ ଗମନ ଗମନ ବିଛିନ୍ନ ହୋଇଯାଇଛି | ସୂଚନା ଯୋଗ୍ୟ ପୁରୀ ଜିଲ୍ଲା ର ବ୍ରହ୍ମଗିରି ବ୍ଲକ ର ଭାଗ୍ରବି ନଦୀ କୂଳରେ ଯାତାୟାତ କରିବାପାଇଁ ଗୋଟିଏ ବାଉଁଶ ପୋଲ ଟିଏ ହୋଇଥିଲା ,କିନ୍ତୁ ପ୍ରବଳ ବର୍ଷା ଯୋଗୁ ସେହି ପୋଲଟି ପାଣି ରେ ଭାସିଗଲା ,ପୋଲଟି ଭାସିଯିବା ଫଳରେ ସେଠାକାର ଲୋକ ମାନଙ୍କର ଯାତାୟାତ ବନ୍ଦ ହୋଇଗଲା | ତିନିକୁଦି ଓ ବଳିପଡ଼ା କୁ ଏହି ରାସ୍ତାଟି ସଂଯୋଗ ହୋଇଥିଲା | ପୋଲଟି ଭାଙ୍ଗିଯିବା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି | ଲୋକ ମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା କରିପାରୁନାହାନ୍ତି , ବର୍ତ୍ତମାନ ଏହି ବ୍ଲକ ଟି ପାଣି ଘେରରେ ରହିଛି |


