ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍ ଅଞ୍ଚଳରେ ରହିଛି ଏକ ମନ୍ଦିର । ଏଠାରେ ମାନସିକ ପୂରଣ ପାଇଁ ଛୋଟ ପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ । ଏହି ହନୁମାନ ମନ୍ଦିରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲେ । ଏହାକୁ ଲଙ୍ଗୁର ମେଳା କୁହାଯାଏ । ଏଠାରେ ଏହି ଅବସରରେ ଏକ ବଡ଼ ମେଳା ଲାଗେ । ମେଳାକୁ ଆସୁଥିବା ଛୋଟ ଛୋଟ ପିଲାଙ୍କୁ ମାଙ୍କଡ଼ ବେଶ କରି ମାତାପିତା ମନ୍ଦିରକୁ ଆଣିଥାନ୍ତି । ଏହି ପ୍ରାଚୀନ ପରମ୍ପରା ୭ ଶହରୁ ଅଧିକ ବର୍ଷ ଧରି ଏଠାରେ ପାଳନ କରାଯାଉଛି । ମେଳାରେ ଯୋଗ ଦେବା ପାଇଁ ଦେଶବିଦେଶରୁ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ