୭୦ ବର୍ଷ ଧରି ଟ୍ରାଫିକ୍ ଜାମ୍
ଟ୍ରାଫିକ୍ ଜାମ୍ ସମସ୍ୟାକୁ ସମସ୍ତେ ଊଣା ଅଧିକେ ଅଙ୍ଗେ ଲିଭାଇଥିବେ । ହେଲେ ଏମିତି ଏକ ଟ୍ରାଫିକ୍ ଜାମ୍ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । କାରଣ ଏଠି ଦୀର୍ଘ ପ୍ରାୟ ୭୪ ବର୍ଷ ହେବ ଲାଗିଛି ଟ୍ରାଫିକ୍ ଜାମ୍ । ହଁ, ବେଲଜିୟମର ଏକ ଜଙ୍ଗଲରେ ୭୪ ବର୍ଷ ତଳେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥିଲା । ସେ ସମୟରେ ଉକ୍ତ ରାସ୍ତାରେ ଯେଉଁ ଗାଡିଗୁଡିକ ଫସିଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ବାହାରକୁ ବାହାରିପାରିନାହିଁ । ଏହି ଟ୍ରାଫିକ୍ ଜାମ୍ରେ ଫସିଛନ୍ତି ୫ ଶହରୁ ଊଦ୍ଧ୍ୱର୍ ଗାଡି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଫସି ରହିଥିବା ସମସ୍ତ ଗାଡି ଆମେରିକା ସେନାଙ୍କର । ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଏମାନେ ଜଙ୍ଗଲ ମଧ୍ୟରେ ଗାଡ଼ିଗୁଡିକୁ ଛାଡି ଚାଲିଯାଇଥିଲେ । ଏତେ ପରିମାଣରେ ଗାଡି ଲାଇନ୍ରେ ଥିବାରୁ ଏହା ଟ୍ରାଫିକ୍ ଜାମ୍ ଭଳି ଦେଖାଯିବାରୁ ଲୋକେ ଏହାକୁ ଟ୍ରାଫିକ୍ ଜାମ୍ ସମସ୍ୟା ବୋଲି କହିଥିଲେ । ଅବଶ୍ୟ ଯୁଦ୍ଧ ପରେ ଆର୍ଥିକ ଦୃଷ୍ଟିରୁ ଚିନ୍ତା କରି କେହି ଉକ୍ତ ଗାଡିଗୁଡିକୁ ନ ନେବାରୁ ସେହିଠାରେ ହିଁ ସମସ୍ତ ଗାଡି ନଷ୍ଟ ହେବାକୁ ଲାଗିଥିଲା ।


