କରୋନାରେ ପୁର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ ।

ବେଲଗୁଣ୍ଠା ,(ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନାଟେଙ୍ଗା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ସନ୍ତୋଷ ଲେଙ୍କା(୫୫)ଙ୍କ ଗତ ଗୁରୁବାର ଦିନ ୨.୩୦ ସମୟରେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ କୋଭିଡ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସ୍ୱର୍ଗତ ଲେଙ୍କା ଙ୍କୁ ଜ୍ୱର, କାଶ ହେବାରୁ ଜୟପୁର ସ୍ଥିତ ସରକାରୀ ଡାକ୍ତରଖାନାକୁ ଗତ ୧୬ ତାରିଖ ଦିନ ଯାଇଥିଲେ । ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ତାଙ୍କୁ ଜୟପୁର କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ । ଜୟପୁର ପ୍ରଶାସନ ତରଫରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ ଭାଗ୍ୟଲତା, ପୁଅ ପପୁନ୍,ଝିଅ ପପିନା ଆଉ ଟିକିନା ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ଲେଙ୍କା ୧୯୯୨ରୁ ୧୯୯୭ ପର୍ଯ୍ୟନ୍ତ ନାଟେଙ୍ଗା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ବରିଷ୍ଠ ରାଜନେତା ତଥା ପୁର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସେ ଅତି ଘନିଷ୍ଠ ଥିଲେ । ସେ ସୁପରକ୍ଳାଷ୍ ଠିକାଦାର ଭାବେ କାମ କରୁଥିଲେ । ପରିବାର ସହ କୋରାପୁଟ ଜିଲ୍ଲା ସୁନାବେଡାରେ ବହୁ ବର୍ଷ ଧରି ରହିଆସୁଥିଲେ । କୋରାପୁଟ ନିର୍ବାଚନ ମଣ୍ଡଳୀର ୧୫ ବର୍ଷ ହେବ ବିଜେଡି ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ । ଏହା ସହ ସୁନାବେଡା ମଣ୍ଡଳର ଆଳିଆ ଖଣ୍ଡାୟତ ସମାଜର ବହୁବର୍ଷ ଧରି ସଭାପତି ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି କେ ରବୀନ୍ଦ୍ର କୁମାର ପାତ୍ର , ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ନାଟେଙ୍ଗା ସରପଞ୍ଚ ତଥା ଆଳିଆ ଖଣ୍ଡାୟତ ସମାଜର ରାଜ୍ୟ ସଭାପତି ପ୍ରହଲ୍ଲାଦ ଲେଙ୍କା ଓ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ