ଦାରିଙ୍ଗବାଡିରେ ଚୋରା ଦେଶୀ ମଦ କାରବାର ବୃଦ୍ଧି; ତାତିଲେ ମହିଳା ଓ ଯୁବକ ସଂଘ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ); ମହାମାରୀ କରୋନା ସମୟରେ ଦାରିଙ୍ଗବାଡ଼ି ଅଂଚଳରେ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଚୋରା ଦେଶୀମଦ କାରବାର ବୃଦ୍ଧି ହେଉଥିବା ବେଳେ ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ହାତବାନ୍ଧି ବସିଥିବା ବେଳେ ସ୍ଥାନୀୟ ମହିଳା ସଂଘ ଓ ଯୁବକ ସଂଘମାନେ ଚୋରାଦେଶୀ ମଦ କାରବାର ବନ୍ଦ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କରୋନା ପାଇଁ ଲୋକେ ପେଟକୁ ଦି’ମୁଠା ଖାଇବାକୁ ପାଉନଥିବା ବେଳେ ଘରର ମୁରବୀମାନେ ମଦ ପିଇବା ଯୋଗୁଁ ଘରୋଇ ହିଂସା ବଢ଼ୁଥିବା ମହିଳା ସଂଘର ସଦସ୍ୟମାନେ ଅଭିଯୋଗ କରିଛନ୍ତି।ଏପରିକି ଗଳିକନ୍ଦିରେ ଚୋରଦେଶୀ ମଦ କାରବାର ବୃଦ୍ଧି ହେଉଥିବାରୁ ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ଗରୀବ ଲୋକଙ୍କୁ ଦିଆଯାଇଥିବା ଚାଉଳ, ଡାଲି ଇତ୍ୟାଦିକୁ ବଜାରରେ ବିକ୍ରି କରୁଛନ୍ତି ତ ଆଉ କେତେବେଳେ ଚାଉଳ ଡାଲି ବିକ୍ରି କରି ମଦ ବେପାରୀଙ୍କ ଠାରୁ ମଦ ପିଉଛନ୍ତି।ଏହିଭଳି ହେବା ଦ୍ୱାରା ପରିବାର ସଦସ୍ୟମାନେ ଦୁଇ ଓଳି ଦି’ମୁଠା ଖାଇବାକୁ ପାଉ ନାହାନ୍ତି। ଚୋରା ଦେଶୀ ମଦ କାରାବାର ଦିନକୁ ଦିନ ଅଂଚଳରେ ବୃଦ୍ଧି ହେତୁ ନିରୀହ ଗରୀବ ଲୋକଙ୍କ ଉପରେ ଏହାର କୁପ୍ରଭାବ ପଡ଼ୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ