ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଜେପିର ବରିଷ୍ଠ ନେତା,ଆଇନଜୀବୀ ତଥା ପୂର୍ବତନ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି ଦୁଃଖ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅରୁଣ ଜେଟଲୀ ଜଣେ ବହୁତ ବଡ ବ୍ୟକ୍ତିତ୍ୱ ଏବଂ ତାଙ୍କର ଜଣେ ଭଲ ସାଙ୍ଗ, ଦାର୍ଶନିକ ଓ ଅଭିଭାବକ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ପ୍ରଧାନ । ସୁଚନାଯୋଗ୍ୟ, ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିଥିଲେ ଓ ସେ ସତ୍ୟ ପାଇଁ ଆନ୍ଦୋଳନ କରୁଥିଲେ ।ଆଇସିୟୁରେ ଭର୍ତି ହେବା ପୂର୍ବରୁ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଥିଲେ । ସେ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଥିବା କହିବା ସହ ଏଭଳି ଦୁଃଖଦ ଘଡିରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈର‌୍ୟ୍ୟ ପ୍ରଦାନ କରିବା ସହ ଅମରଆତ୍ମାର ସଦଗତି କାମନା କରିଛନ୍ତିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ