ଡ଼ଭାର ସ୍କୁଲ ରେ ପୋଷାକ ବଣ୍ଟନ
ଚିକିଟି ,(ଯୁଗାବ୍ଦ ନ୍ୟୁଜ୍) : ଚିକିଟୀ ବ୍ଳକ୍ ଅନ୍ତର୍ଗତ ଡଭାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୨୦୧୯-୨୦ ଶିକ୍ଷା ବର୍ଷର ମାଗଣା ପୋଷାକ ବିତରଣ ମେଳା ବିଦ୍ୟାଳୟ ପରିଚାଳନା ସଭାପତି ନକୁଳ ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ସାହୁ ମୂଖ୍ୟ ଅତିଥି,ଚିକିଟୀ ବ୍ଳକ୍ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ନିମନ୍ତେ ଉଭୟ ଛାତ୍ର ଛାତ୍ରୀ, ଶିକ୍ଷକ ଓ ପିତା ମାତା ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ କେ ଜଗନ୍ନାଥ ରାଓ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ତତ୍ ସହିତ ବିଦ୍ୟାଳୟସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା କୁ ମଧ୍ୟ ଏବିଇଓ ବେହେରା ଓ ସଂଯୋଜକ ରାଓ ଉଦଘାଟନ ସହ ମେଳା ପରିଦର୍ଶନ କରିଥିଲେ। ପରିଚାଳନା ସଭ୍ୟ ରାଘବ ସାହୁ,ନାଇକ ସେଠୀ,ଗ୍ରାମର ଦୁଇ ଜଣ ଅଙ୍ଗନବାଡ଼ି କର୍ମୀଏବଂ ଅଭିଭାବକ ମଣ୍ଡଳୀ ଉପସ୍ଥିତ ରହି ଉଭୟ ମେଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ।ଦଦ୍ଭ


