ଟାଉନଥାନା ପୋଲିସର ଚଢାଉ : ବିପୁଳ ମଦ ଜବତ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସହରର ବଳଗଣ୍ଡି ଗ୍ରାମର ଚୋତାମଦ ବେପାରୀ ଶରତ କୁମାର ସାହୁଙ୍କ ଘର ଉପରେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଚଢାଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଚୋରାମଦ ବେପାରୀ ଶରତ ସାହୁଙ୍କ ଠାରୁ ୭୫ବୋତଲ (୧୩.୬ଲିଟର) ବିଦେଶୀ ଚୋରାମଦ ଜବତ କରାଯିବା ସହ ଚୋରାମଦ ବେପାରୀ ଶରତ ସାହୁଙ୍କୁ ପୋଲିସ ଗିରଫକରି ଥାନା କେଶ ନମ୍ବର ୧୫୯/୨୦୧୯ରେ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଟାଉନ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ଅନୁଷ୍ଠିତ ଏହି ଚଢାଉରେ ଏସ.ଆଇ ସୈାମ୍ୟରଞ୍ଜନ ଜାଲି, ଏ.ଏସ.ଆଇ. ଶରତ କୁମାର ବାରିକ, ହାବିଲଦାର ନରେନ୍ଦ୍ର ନାଥ ସୋରେନ ଓ ହାବିଲଦାର ବସନ୍ତ କୁମାର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ