ଚାଲିଛି ଜୋରଦାର ଗଣେଷ ପ୍ରସ୍ତୁତି

ବ୍ରହ୍ମପୁର ,(ଯୁଗାବ୍ଦ ନ୍ୟୁଜ) : ଆସିଛି ପାର୍ବଣର ଋତୁ । ଆଗକୁ ଆସୁଛି ଗଣେଷ ପୂଜା । ଚାଲିଛି ଜୋରଦାର ପ୍ରସ୍ତୁତି । ଗାଁ ଠାରୁ ସହର ସବୁଠି ଉସ୍ରବ ମୁଖର । ଗଣେଷ ପୂଜା ପାଇଁ ମୂର୍ତ୍ତିକାରିଗର ମଧ୍ୟ ଜୋରସୋରରେ ଗଣେଷ ମୂର୍ତ୍ତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଗଜାନନଙ୍କ ମୂର୍ତ୍ତି ପ୍ରସ୍ତୁତ କରିବାରେ ବିଭିନ୍ନ କାରିଗର ଲାଗିପଡିଛନ୍ତି ଦିନରାତି । ଗଣେଷ ମୂର୍ତ୍ତି ଗୁଡିକରେ ନାନା ରଙ୍ଗ ବେରଙ୍ଗର କଲର ଦେଇ ଗଣେଷ ମୂର୍ତ୍ତିଙ୍କୁ ସୁନ୍ଦର ଆକୃତି ଦେବାରେ ବ୍ୟସ୍ତ । ସେହିପରି ବ୍ରହ୍ମପୁର ସହର ବାଣିଜ୍ୟକ ପେଣ୍ଠ ସ୍ଥଳି ଭାବେ ବେଶ ପରିଚିତ । ତେଣୁ ରାଜ୍ୟ ଓ ରାଜ୍ୟ ବାହାରରୁ କାରିଗର ମାନେ ଆସି ଭଡା ଘରେ ରହି ମୂର୍ତ୍ତି ପ୍ରସ୍ତୁତ କରିବା ସହ ତୁଳି ମାଧ୍ୟମରେ ରଙ୍ଗ ଦେବାରେ ବ୍ୟସ୍ତ ରହିଛନ୍ତି । ଆଉ କିଛି ଦିନ ପରେ ଗଣେଷ ପୂଜା ରହିଥିବାରୁ ବଜାରକୁ ସାନ ଗଣେଷ ଠାରୁ ଆରମ୍ଭ କରି ବଡ ଗଣେଷ ବିକ୍ରି କରିବା ଆରମ୍ଭ ହୋଇଗଲାଣି । ଏହି ପରି ଗଣେଷର ଦାମ ୨ଶହ ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି କରାଯାଉଛି । ଛୋଟ ଛୋଟ ଗଣେଷ ଗୁଡିକ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ସମୟରେ ବିରାଟ କାୟ ମୁର୍ତ୍ତି ଗୁଡିକୁ ଅର୍ଡର ଅନୁଯାୟୀ ପ୍ରସ୍ତୁତ କରୁଥିବା କାରିଗର ମାନେ ପ୍ରସ୍ତୁତ କରିଥାନ୍ତି ବୋଲି ପ୍ରକାଶ କରିଛନ୍ତି । ଗଣେଷ ମୂର୍ତ୍ତିରୁ ଭଲ ରୋଜଗାର କରୁଥିବା କାରିଗର ମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ