ଶିକ୍ଷକ ଙ୍କ ଜନ ସେବା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ତାଳସାକର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର। ଜଣେ ଆଦର୍ଶ ଶିକ୍ଷକ। ଛାତ୍ର ବତ୍ସଳ ଶ୍ରୀ ପାତ୍ର କ୍ରୀଡା ଶିକ୍ଷକ ସମେତ ସ୍କାଉଟ ଗାଇଡ଼ ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ଆଧ୍ୟାତ୍ମିକ ବିଚାର ଧାରାର ବ୍ୟକ୍ତି ଗୋପାଳ ବାବୁ ପେଶାରେ କ୍ରୀଡା ଶିକ୍ଷକ ହେଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ବ୍ୟତୀତ କର୍ମଭୂମୀ ଅଞ୍ଚଳରେ ଜନସାଧାରଣ କିପରି କରୋନା ମୁକ୍ତ ରହିବେ, ପରିବେଶ କିପରି ସୁରକ୍ଷିତ ରହିବ ସେଥିପାଇଁ ସେ ସର୍ବଦା ଚେଷ୍ଟିତ। ନିଜ ବିଦ୍ୟାଳୟରେ ପ୍ରବାସୀ ଓଡିଆମାନେ ରହିଥିବା ବେଳେ, ପ୍ରତିଦିନ ବିଦ୍ୟାଳୟ ପରିବେଶ ସଫାସୁତୁରା ରହିବା ପ୍ରତି ଦୃଷ୍ଟି ଦେବା ସହ ପ୍ରବାସୀ ଓଡ଼ିଆଙ୍କୁ ଯୋଗ ଶିକ୍ଷା ପ୍ରଦାନ କରୁଥିଲେ। ନିଜର ସ୍କାଉଟ ପୋଷାକ ପରିଧାନ କରି ଘରକୁ ଘର ଯାଇ ଲୋକଙ୍କୁ ସାବୁନ ବାଣ୍ଟିବା ସହ ହାତ ସଫା କରିବାର ପ୍ରଣାଳୀ ଶିକ୍ଷା ଦେବା ସହ କରୋନା ସଂକ୍ରମଣ ନେଇ ଜନସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଗଛ ଲଗାଇଲେ ମାନବ ସମାଜ ବଞ୍ଚିବ ଓ ପୃଥିବୀ ସୁରକ୍ଷିତ ରହିବ ଏହି ବାର୍ତ୍ତା ପ୍ରଚାର କରିବା ସହ ନିଜେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ଜନସାଧାରଣଙ୍କୁ ଚାରା ବଣ୍ଟନ କରି ବୃକ୍ଷ ରୋପଣ କରି ତାହାର ଜାଗ୍ରତ ନେବାକୁ ପରାମର୍ଶ ଦେବା ସହ ବୃକ୍ଷ ଦ୍ୱାରା ମାନବ ସମାଜ ଓ ପରବେଶର କିପରି ଉପକାର ହେଉଛି ବୁଝାଇଥାନ୍ତି। ପରିବେଶ ସୁରକ୍ଷା ପାଇଁ ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ରଙ୍କ ପଦକ୍ଷେପକୁ ଜନସାଧାରଣ ଉଚ୍ଚ ପ୍ରଶଂସା କରୁଥିବା ଜଣାପଡିଛି।ଏହି ପ୍ରକୃତି ବନ୍ଧୁ କ୍ରୀଡା ଶିକ୍ଷକ ଶ୍ରୀ ପାତ୍ର ଜନସେବାରେ ମଧ୍ୟ ନିୟୋଜିତ ରହୁଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ