କରୋନା ପାଇଁ ଫିକା ପଡିଲା ରମ୍ଭା ଓ ଗଞ୍ଜାମ ସହରରେ ଗଣେଶ ପୂଜା
ରମ୍ଭା,(ଓ୍ବାଇଏନ୍ଏସ୍):ଆଜି ଗଣେଶ ପୂଜା ।କିନ୍ତୁ ରମ୍ଭା ଓ ଗଞ୍ଜାମ ସହରରେ ନାହିଁ ପ୍ରତ୍ୟେକ ବର୍ଷ ପରି ଚଞ୍ଚଳତା ।ପ୍ରତ୍ୟେକ ବର୍ଷ ପରି ଏବର୍ଷ ରମ୍ଭା ସହରରେ ନାହିଁ ଗଣେଶ ପୂଜାର ଆକର୍ଷଣ ।ପ୍ରତ୍ୟେକ ବର୍ଷ ଧୁମଧାମରେ ସହରର ବିଦ୍ୟାଳୟ, କଲେଜ ସମେତ ସହରର ତିରିଶିରୁ ଉର୍ଦ୍ଧ୍ବ ସ୍ଥାନ,ରମ୍ଭା ଓ ଗଞ୍ଜାମ ସହରର ଆଖପାଖ ଅଞ୍ଚଳରେ ପ୍ରତ୍ୟେକ ଗ୍ରାମରେ ୧୦ରୁ ଉର୍ଦ୍ଧ୍ବ ସ୍ଥାନରେ ଗଣେଶ ପୂଜା ଉତ୍ସବ ପାଳିତ ହୁଏ ।ହେଲେ ଏବର୍ଷ ଫିକା ,ଆଗ ପରି ନାହିଁ ପୂଜାର ଆକର୍ଷଣ ।କରୋନା ମହାମାରୀ ଶେଷ କରିଲା ସବୁ ଆକର୍ଷଣ ।ପ୍ରତ୍ୟେକ ବର୍ଷ ଗଣେଶ ପୂଜାରେ ଦୁଇରୁ ତିନି ଦିନ ପୂର୍ବରୁ ସାଜସଜ୍ଜା ପାଇଁ ଲାଗିଥାଏ ସହର ବଜାରରେ ଭିଡ଼ ।କିନ୍ତୁ ଏବର୍ଷ କରୋନା ମହାମାରୀ ପାଇଁ ସେସବୁ ଦେଖିବାକୁ ମିଳି ନାହିଁ ।ସ୍କୁଲ ,କଲେଜ ବନ୍ଦ ଥିବାରୁ ଛାତ୍ରଛାତ୍ରୀଙ୍କ ମହଲରେ ମଧ୍ୟ ଆଗପରି ନାହିଁ ଗଣେଶ ପୂଜାର ଆଗ୍ରହ ।କରୋନା ମହାମାରୀ ସବୁ କରିଛି ନିସ୍ୱ ।ସହରର ଆକର୍ଷଣକୁ କରୋନା ମହାମାରୀ ଛଡାଇ ନେବାରୁ ସବୁ କିଛି ଫିକା ଫିକା ଲାଗୁଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


