ଟେକ୍ନୋୱାର୍ଲଡ କଲେଜରେ ଗ୍ରୀନ ଇଣ୍ଡିଆ ମିଶନ ପକ୍ଷରୁ ବୃକ୍ଷ ରୋପଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ) :ଭାରତ ସରକାର ଙ୍କ ଗ୍ରୀନ ଇଣ୍ଡିଆ ମିଶନ ତରଫରୁ ରାଇରଙ୍ଗପୁରର ଅଗ୍ରଣୀ ଶିକ୍ଷାନୁ ଷ୍ଠାନ ଟେକ୍ନୋୱାର୍ଲଡ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପବିତ୍ର ଗଣେଶ ଚତୁର୍ଥୀ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କଲେଜ ର ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତଙ୍କ ପ୍ରତକ୍ଷ ତତ୍ୱାବଧାନରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜନ ସାଧାରଣ ନିଜ ନିଜ ବାଡ଼ି ବଗିଚାରେ ଓ ବିଭିନ୍ନ ଅନୁଷ୍ଠାନରେ ଚାରା ରୋପଣ କରି ଗ୍ରୀନ ଇଣ୍ଡିଆ ମିଶନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇ ଚାରା ରୋପଣ କରିଥିଲେ I ସଂମ୍ମାନୀୟ ଅତିଥି ଭାବେ ପ୍ରକୃତି ଓ ପରିବେଶ ପ୍ରେମୀ ଲଳିତ ମହାନ୍ତ, ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି ଯୋଗଦେଇ ବିଭିନ୍ନ ପରିବେଶ ଧର୍ମୀ ସ୍ଲୋଗାନ ଦେଇ ଥିଲେ I ଏହି କାର୍ଯ୍ୟକ୍ରମରେ ସମାଜସେବୀ ନଳିନୀ ରଞ୍ଜନ ଦାଶ, ଆଇନଜୀବୀ ଭବାନୀ ଶଙ୍କର ମହାନ୍ତି,ଇଂ ସନାତନ ମହାନ୍ତ, ପ୍ରଶାନ୍ତ କୁମାର ବେହେରା, ଜାନେନ୍ଦ୍ର ମହାକୁଡ ପ୍ରମୁଖ ଉପସ୍ଥିତ ଥିଲା ବେଳେ ଅଜିତ କୁମାର ମହାନ୍ତ, ଗୌତମ କୁମାର ମହାନ୍ତ, ଗୋବିନ୍ଦ ମୁର୍ମୁ, ମଧୁ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ