ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କରୋନା ମହାମାରୀ ପ୍ରତିକୂଳ ପ୍ରଭାବ ଯୁବ ବର୍ଗ ଉପରେ ପଡିଛି । ଆର୍ଥିକ ସ୍ଥିତି ବିଗିଡିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ବିଭିନ୍ନ ଅଘଟଣ କରିବାକୁ ପଛାଉ ନାହାନ୍ତି ।ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ବାଙ୍କି ଡୁଙ୍ଗୁରି ଜଙ୍ଗଲରେ ଜଣେ ଯୁବକର ଗଛରେ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା୧୫/୨୦ ରୁଜୁ କରି ପଞ୍ଚନାମା କରିବା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ସୂଚନାଯୋଗ୍ୟ ଯେ ବାଙ୍କୀ ଗ୍ରାମର ନିକଟସ୍ଥ ଜଙ୍ଗଲକୁ କିଛି ଯୁବକ। ଶନିବାର ଦିନ ଯାଇଥିଲେ । ହଠାତ୍ ଗଛରେ ଏକ ଝୁଲନ୍ତା ଶବ ଦେଖି ଡରିଲେ ଯାଇଥିଲେ ଏବଂ ବିଶୋଇ ପୋଲିସକୁ ଖବର ଦେଇଥିଲେ ପରେ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।ମୃତ ଯୁବକଙ୍କ ଘର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ମାଣିକପୁର ପଞ୍ଚାୟତର କେନ୍ଦୁଆ ଗ୍ରାମର ବାସିଲା ସୋରେନ (୨୧) ପିତା କାଦେ ସୋରେନ ।ବାସିଲା ସୋରେନ ୪ ଦିନ ହେଲା ନିଖୋଜ ଥିଲା । ଝୁଲନ୍ତା ଅବସ୍ଥାରେ ଯୁବକର ଶବ ଗଳିତ ଅବସ୍ଥାରେ ଥିଲା |


