ପୋଲିସ ଆଖିରେ ଧୂଳି ଦେଇ ଅଭିଯୁକ୍ତ ଫେରାର
ମୋହନା ,(ଅଂଶୁମାନ ପଣ୍ଡା): ୧୨କ୍ୟୁଇଂଟାଲ ୧୫ କେଜି ଗଞ୍ଜେଇ କେସ ରେ ମୁଖ୍ୟ ଅଭିଯୁକ୍ତ ଥିବା ପ୍ରମୋଦ ମଲ୍ଲିକ ଗତ ୨୦ ତାରିଖ ଦିନ ରାତିରେ ଶୌଚ କରିବାକୁ ଯାଇ ଭେଣ୍ଟିଲେଟର ଭାଙ୍ଗି ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଛନ୍ତି | ପୋଲିସ ଧରିବା ପାଇଁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ଧରାଯାଇ ପାରିନାହିଁ , ଗତ ୨୦ ତାରିଖ ରାତିରେ ଫେରାର ହୋଇଥିବା ଘଟଣା ଟିକୁ ଥାନା ଅଧିକାରୀ ମାନେ ମିଡ଼ିଆ ରେ ଜଣାଇଥିଲେ , ଏହି ସୂଚନାଟି ପାଇବା ପରେ ସାମ୍ବାଦିକତା ମନରେ ଅସନ୍ତୁଷ୍ଟତା ଦେଖା ଦେଇଛି | ଏହି ଗଞ୍ଜେଇ ଗାଡିକୁ ପାଇଲେଟ କରୁଥିବା ଏକ ବୁଲେଟ ଗାଡିକୁ ଜବତ କରିବା ସହ ଡ୍ରାଇଭର ଆଶୁତୋଷ ଗନ୍ତାୟତ (ପିଣ୍ଟୁ) ଙ୍କୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛନ୍ତି | ଆର .ଉଦୟଗିରି ପୋଲିସ ଏହାର ତଦନ୍ତ ଚଳାଇଛନ୍ତି |


