ସ୍ମାର୍ଟ ଡଷ୍ଟବିନ୍ ତିିଆରି କଲେ ୧୨ ବର୍ଷର ବାଳକ

ହାଇଦ୍ରାବାଦର ମହମ୍ମଦ ହସନ ନାମକ ଜଣେ ୧୨ ବର୍ଷୀୟ ବାଳକ ଏକ ସ୍ମାର୍ଟ ଡଷ୍ଟବିନ୍ ତିଆରି କରିଛନ୍ତି । ଏହି ଡଷ୍ଟବିନ୍ର ଖାସ୍ କଥା ହେଲା ଆବର୍ଜନା ପୂରିଯିବା ପରେ ଖାଲି କରିବାକୁ ସନ୍ଦେଶ ପଠାଇବ । ଏହାକୁ ୱାଇ-ଫାଇରେ ସଂଯୋଗ କରାଯାଇପାରିବ । ହସନ କୁହନ୍ତି, ତାଙ୍କର ଏପରି ଧାରଣା ସ୍ୱଚ୍ଛ ଭାରତ ଅଭିଯାନ ସହିତ ଯୋଡ଼ା ଏକ ଭିଡିଓ ଦେଖିବା ପରେ ଆସିଛି । ଡଷ୍ଟବିନ୍ରେ ଲାଗିଥିବା ଅଲଟ୍ରାସୋନିକ୍ ସେନ୍ସର ଜଣାଇଦେବ ଏଥିରେ କେତେ ଅଳିଆ ପୂରଣ ହେଲାଣି । ସେନ୍ସର ଡଷ୍ଟବିନ୍ରେ ଲାଗିଥିବା ଏଲ୍ସିଡିରେ ଦେଖାଯିବ । ଯେତେବେଳେ ଡଷ୍ଟବିନ୍ ଆବର୍ଜନାରେ ପୂରଣ ହୋଇଯିବ ସେତେବେଳେ ମ୍ୟୁନିସିପାଲିଟିକୁ ଅଳିଆ ଉଠାଇବା ପାଇଁ ବାର୍ତ୍ତା ଯିବ । ଏହି ଡଷ୍ଟବିନ୍ରେ ଅଲ୍ଟ୍ରାସାନିକ୍ ସେନ୍ସର, ସର୍ଭମୋଟୋ, ବଜର ଏବଂ ଏଲ୍ସିଡି ଲାଗିଛି । ଅଷ୍ଟମ ଶ୍ରେଣୀରେ ପଢୁଥିବା ହସନ୍ ଏହା ପୂର୍ବରୁ ସର୍ଭିଂ ରୋବଟ୍ ତିଆରି କରିସାରିଛନ୍ତି । ଯାହାକୁ ମାତ୍ର ୧୫ ଦିନରେ ତିଆରି କରିଥିଲେ । ହସନ୍ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି ସତ, କିନ୍ତୁ ସେ ଇଞ୍ଜିନିୟରିଂ ଛାତ୍ରଙ୍କୁ ପାଠ ବି ପଢ଼ାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ