ପିଜୁଳି ଖାଉଥିବା ଲୋକ ଥକନ୍ତିନି
ଆମ ସମସ୍ତଙ୍କୁ ଜଣା ଯେ ଦେହ ପାଇଁ ଭଲ । ତେବେ ଆପଣ କ’ଣ ଜାଣନ୍ତି କି ପିଜୁଳି ଖାଇଲେ ଭଲ ନିଦ ହେବ । ଖାଦ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପିଜୁଳି ହେଉଛି ଭିଟାମିନ୍ ଓ ମିନେରାଲସ୍ର ଶକ୍ତି କେନ୍ଦ୍ର । କୁହାଯାଏ ଯେ ଶହେ ଗ୍ରାମ୍ ପିଜୁଳିରେ ଯେତିକି ପରିମାଣରେ ଭିଟାମିନ୍ ଓ ମିନେରାଲସ ଅଛି, ତାହା ଶରୀରର ଆବଶ୍ୟକତା ପୂରଣ କରିପାରେ । ଏଥିରେ ଭିଟାମିନ୍ ବି-୯ ମଧ୍ୟ ରହିଛି, ଯାହା ଶରୀରର କୋଷ ଓ ଡିଏନ୍ଏର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ପିଜୁଳିରେ ଅଧିକ ମାତ୍ରାରେ ଫାଇବର୍ ଥିବା ହେତୁ ତାହା ସେବନ କଲେ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ । ପିଜୁଳିରେ ପଟାସିଅମ୍ର ମାତ୍ରା ବି ଅଧିକ । ଯେଉଁମାନେ ନିୟମିତ ପିଜୁଳି ଖାଆନ୍ତି, ସେମାନେ କାମ କରିବାବେଳେ ସହଜରେ ଥକି ପଡ଼ନ୍ତିନାହିଁ । ଏଥିରେ ପ୍ରଚୁର ଆଣ୍ଟି ଅକ୍ସିଡେଣ୍ଟର ତତ୍ତ୍ୱ ଥିବା ହେତୁ ତାହା ରୋଗ ପ୍ରତିରୋଧକ କ୍ଷମତାରେ ମଧ୍ୟ ଭରପୁର । ନିୟମିତ ଭାବେ ପିଜୁଳି ଖାଇଲେ ଥଣ୍ଡା, କାଶ ହୁଏ ନାହିଁ । ତ୍ୱଚା ପାଇଁ ପିଜୁଳି ବେଶ୍ ଉପକାରୀ, କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ଓ ଆଇରନ୍ ଥାଏ । ପ୍ରତିଦିନ ପିଜୁଳି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ତା ‘ଛଡା କୋଲେଷ୍ଟ୍ରଲର ସ୍ତର ମଧ୍ୟ ନିୟନ୍ତ୍ରିତ ହୋଇ ରହେ ।


