କୋଭିଡ ଟେଷ୍ଟ କରାଇଲେ ମିଳିବ ରାସନ

ସୋରଡ଼ା, (ରଜନୀକାନ୍ତ ମହାପାତ୍ର ): ରାସନକାର୍ଡ ରେ ରାସନ ନପାଇ ତାତିଲେ ଲୋକେ।ପ୍ରଶାସନ ର ଅଜବ ନିୟମ ଯୋଗୁଁ ରାସନ ରୁ ବଞ୍ଚିତ ରହିଲେ ହିତାଧିକାରୀ ।ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତରେ । ଗ୍ରାମ ପଞ୍ଚାୟତରେ ରହିଛି ୧୮ ଟି ୱାର୍ଡ,୧୫ ଟି ୱାର୍ଡ ର ଲୋକେ ରାସନ ସାମଗ୍ରୀ ପାଇସାରିଲେଣି । କିନ୍ତୁ ଆଜି ସୋରିସବିଲି ,ଲଷ୍ମୀପୁର ,ଭି.କୋଟିବାଡି ତିନଟି ଗ୍ରାମର ହିତାଧିକାରୀ ରାସନ ନେବାକୁ ଆସିଥିଲେ । କିନ୍ତୁ ସୋରଡ଼ା ବ୍ଲକ ପ୍ରଶାସନ ର ଅଜବ ନିୟମ । କୋଭିଡ ଟେଷ୍ଟ ନ କରିଲେ ମିଳିବନି ରାସନ ଯେଉଁ ମାନେ ଟେଷ୍ଟ ନ କରାଇବେ ରାସନ କାର୍ଡ ବନ୍ଦ କରାଯିବ ଏଭଳି ଧମକ ଦେଇଛନ୍ତି ପଞ୍ଚାୟତ ଅଫିସର । ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଯାଏଁ ନ ଖାଇ ନପିଇ ଲୋକ ମାନଙ୍କର ସେଠାରେ ଭିଡ ଜମିଥିଲା କିନ୍ତୁ ପ୍ରଶାସନର ବିନା ଅନୁମତିରେ କୌଣସି ଜିନିଷ ପତ୍ର ଦିଆଯିବ ନାହିଁ ବୋଲି କହି ଲୋକମାନଙ୍କୁ ଘଉଡ଼ାଇ ଦେଇଥିଲେ | ଶେଷରେ ଚାଉଳ ନ ପାଇ ଦୀର୍ଘ ୬ ଘଣ୍ଟା ଅପେକ୍ଷା ପରେ ଫେରିଲେ ଶତାଧିକ ହିତାଧିକାରୀ । କୋରନା ଟେଷ୍ଟ କଲେ ମିଳିବ ରାସନ ଏମିତି ଏକ ନିୟମ ସାମ୍ମନା କରି ନ ପାରି ଶେଷରେ ନିରାଶ ହୋଇ ଫେରିଥିଲେ ଶତାଧିକ ହିତାଧିକାରୀ | ସେପଟେ ଗ୍ରାମ ସେବକ କହିଛନ୍ତି ସରକାର ଙ୍କ ନିୟମ କୋଭିଡ ଟେଷ୍ଟ କଲେ ରାସନ ମିଳିବ । ଲୋକଙ୍କ ହିତ ପାଇଁ ଟେଷ୍ଟ କରାଉଛୁ ପ୍ରଥମେ ଲୋକେ ରାଜି ହେଉ ନଥିଲେ ପରେ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ରାଜି ହୋଇଥିଲେ । ଟେଷ୍ଟ କରାଇବା ପରେ ଚାଉଳ ଦିଆଚାଲିଛି ବୋଲି ପଞ୍ଚାୟତ ଅଫିସର ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଥିଲେ | ତେବେ ଏଠି ପ୍ରଶ୍ନ ଉଠୁଛି ନିୟମ ନଥାଇ କାହିଁକି ଦିଆଗଲାନି ହିତାଧିରୀଙ୍କୁ ଚାଉଳ ? କାହା ଚାପରେ ପଡି ଲୋକଙ୍କୁ ଖାଲି ହାତରେ ଫେରାଇଲେ ପଞ୍ଚାୟତ ଅଫିସର ? ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ