ରେକର୍ଡ଼ ସଂଖ୍ୟକ ପଜିଟିଭ ଚିହ୍ନଟ

ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):ଦିନକୁ ଦିନ ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି କରୋନା, ଆଜି ୩୦ ଜିଲାରୁ ସର୍ବାଧିକ ୩୬୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୪୧ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୯୪,୬୬୮କୁ ବୃଦ୍ଧି ପାଇଥିବା ବେଳେ ୬୫,୩୨୩ ଜଣ ସୁସ୍ଥ ହୋଇଛନ୍ତି।  ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୭୫,ରାୟଗଡ଼ା ୪୯୫,କଟକ ୩୬୯,ମୟୁରଭଞ୍ଜ ୨୭୨,ଗଞ୍ଜାମ ୧୭୪,ବରଗଡ଼ ୧୫୨, କୋରାପୁଟ ୧୪୦,ସମ୍ବଲପୁର ୧୨୮,  ଅନୁଗୁଳରୁ ୫୬, ବାଲେଶ୍ୱର ୮୭, , ଭଦ୍ରକ ୫୧, ବଲାଙ୍ଗୀର ୬୮, ବୌଦ୍ଧ ୧୪, , ଦେଓଗଡ଼ ୧୨, ଢେଙ୍କାନାଳ ୬୧, ଗଜପତି ୪୮, , ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୫୯,, ମାଲକାନଗିରି ୮୬, , ନବରଙ୍ଗପୁର ୩୮, ନୟାଗଡ଼ ୧୦୯, ନୂଆପଡ଼ା ୨୩, ପୁରୀ ୧୧୫ ,  , ସୋନପୁର ୨୭, ସୁନ୍ଦରଗଡ଼ ୨୭ ଜଣ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ