ବ୍ରିଟେନ୍ ମହାରାଣୀ ପିନ୍ଧିସାରିଛନ୍ତି ୫ ହଜାର ପ୍ରକାରର ଟୋପି

ବ୍ରିଟେନ୍ରେ ଲୋକେ ହ୍ୟାଟ୍ ବା ଟୋପି ପିନ୍ଧିବାକୁ ବେଶି ପସନ୍ଦ କରିଥାଆନ୍ତି । ବିବାହ ହେଉ ଅବା ଅନ୍ୟ କୌଣସି ଉତ୍ସବ ଅଧିକାଂଶ ଲୋକେ ଟୋପି ପିନ୍ଧିବାକୁ ପସନ୍ଦ କରିଥାଆନ୍ତି । ତେବେ ବ୍ରିଟେନ୍ର ରାଣୀ ଏଲିଜାବେଥ୍ଙ୍କ ଟୋପିର ରଙ୍ଗ ଓ ଡିଜାଇନ୍ ସବୁଠାରୁ ଅଲଗା । ଆଖି ଲାଖିଯିବା ଭଳି ଡିଜାଇନର ଟୋପି ପିନ୍ଧନ୍ତି ମହାରାଣୀ । ବିଗତ ୫୦ ବର୍ଷ ମଧ୍ୟରେ ରାଣୀ ଏଲିଜାବେଥ୍ ପାଖାପାଖି ୫ ହଜାରରୁ ଅଧିକ ଟୋପି ପିନ୍ଧିଥିବା ଜଣାପଡିଛି । ତାହା ପୁଣି ସବୁ ଅଲଗା ଅଲଗା ରଙ୍ଗ ଓ ଅଲଗା ଅଲଗା ଡିଜାଇନ୍ର । ଏଥିପାଇଁ ଜଣେ ସ୍ୱତନ୍ତ୍ର ଡିଜାଇନର୍ଙ୍କୁ ନିଯୁକ୍ତି ଦିଆଯାଇଛି । ଏମିତିକି ପ୍ରିନ୍ସ ହ୍ୟାରିଙ୍କ ବିବାହ ଉତ୍ସବରେ ମଧ୍ୟ ମହାରାଣୀ ସବୁଠାରୁ ଭିନ୍ନ ଧରଣର ଟୋପି ପିନ୍ଧିଥିବା ଦେଖିବାକୁ ମିଳିଥିଲା । ତେବେ ବ୍ରିଟେନ ରାଜ ପରିବାରରେ ଟୋପି ଏକ ବିଶେଷ ସ୍ଥାନ ଅଧିକାର କରିଥିବାବେଳେ ଏଥିରେ ମହିଳାମାନଙ୍କର ଅଧିକ ରୁଚି ଥିବା ଦେଖିବାକୁ ମିଳେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ