୧୯ବର୍ଷ ହେଲା ଶୌଚାଳୟରେ କଟୁଛି ମହିଳାଙ୍କ ଜୀବନ

ତାମିଲନାଡୁର ମଦୁରାଇରେ ଜଣେ ମହିଳା ଦୀର୍ଘ ୧୯ବର୍ଷ ହେଲା ସାର୍ବଜନୀନ ଶୌଚାଳୟରେ ଜୀବନ କାଟୁଛନ୍ତି । ୬୫ବର୍ଷୀୟ କରୁପାୟୀ ରମନାଡ ଅଞ୍ଚଳରେ ଥିବା ଏକ ଶୌଚାଳୟକୁ ନିଜ ଘର କରିଦେଇଛନ୍ତି । ରାତି ପାହି ସକାଳ ହେଲେ ଶୌଚାଳୟକୁ ସଫାକରିବା ତାଙ୍କ ପ୍ରଥମ କାମ । ପରେ ସହରର ଅନ୍ୟ କିଛି ଶୌଚାଳୟ ମଧ୍ୟ ସଫା କରିଥାନ୍ତି । ଏମିତି କରି ସେ ଦିନକୁ ପ୍ରାୟ ୭୦ରୁ ୮୦ଟଙ୍କା ରୋଜଗାର କରନ୍ତି । ସେଥିରେ ତାଙ୍କ ଦୈନନ୍ଦିନ ଖର୍ଚ୍ଚ ଚଳିଯାଏ । ସୋସିଆଲ ମିଡିଆରେ ତାଙ୍କ କାହାଣୀ ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଏନେଇ କରୁପାୟୀ କୁହନ୍ତି, ମୁଁ ବରିଷ୍ଠ ନାଗରିକ ପେନଶନ୍ ପାଇଁ ଜିଲ୍ଲାପାଳ ଅଫିସ୍ ଦୌଡି ଦୌଡି ନିରାଶ ହେଲିଣି । କିନ୍ତୁ କୌଣସି ସାହାଯ୍ୟ ଏଯାଏଁ ମିଳନାହିଁ । ମୋର ଏକ ଝିଅ ଅଛି । କିନ୍ତୁ ସେ ମୋତେ ପଚାରୁନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ