କାର୍ଯ୍ୟରେ ଯୋଗ ଦେଲେ ୩ କରୋନା ଯୋଦ୍ଧା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ମହାମାରୀ କରୋନା ପ୍ରକୋପ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି।ଏହି ମାରାତ୍ମକ ଅଦୃଶ୍ୟ ଭୁତାଣୁର ପଞ୍ଝାରେ ଲକ୍ଷାଧିକ ଲୋକଙ୍କ ଧନ ଜୀବନ ମୃତ୍ୟୁ ମୁହଁକୁ ଠେଲି ହୋଇ ଯାଇଛି।ଓଡ଼ିଶାରେ ଏହାର ବାସ୍ତବ ସ୍ୱରୂପ ଦେଖା ଦେଇଛି।କରୋନାର ଅବସ୍ଥିତି ପ୍ରତି ମୁହୂର୍ତ୍ତରେ ଧନ ଜୀବନ କୁ ପ୍ରଭାବିତ କରି ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି।ତଥାପି ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଆଗ ଧାଡ଼ିର କରୋନା ଯୋଦ୍ଧାସମୂହ ମଙ୍ଗ ଧରି ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।ଏହି ଜୀବନ ଯୁଦ୍ଧର ସୁରକ୍ଷା ପାଇଁ ଅନ୍ୟାନ୍ୟ ଯୋଦ୍ଧଙ୍କ ଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଗଞ୍ଜାମ ପୋଲିସ ଜିଲ୍ଲାର ପୁଲିସ ବିଭାଗ।କରୋନା ଦାୟିତ୍ୱ ନିର୍ବାହ କରୁଥିବା ବେଳେ କିଛି ପୁଲିସ କର୍ମଚାରୀ ସେମାନଙ୍କ ଜୀବନ କୁ ଉତ୍ସର୍ଗ କରି ବଳିଦାନ କରି ସହିଦ ହୋଇଥିଲା ବେଳେ ଅନ୍ୟାନ୍ୟ ସଂକ୍ରମିତ ଯୋଦ୍ଧା ପୁଣି ସୁସ୍ଥ ହୋଇ କରୋନା ମୁକାବିଲା କ୍ଷେତ୍ରରେ ଯୋଗ ଦେଇଥିବା ଜଣାପଡିଛି।ଏହି କ୍ରମରେ ଗଞ୍ଜାମ ପୁଲିସ ଜିଲ୍ଲା ହିଞ୍ଜିଳି ଥାନାର ୩ ସଂକ୍ରମିତ ଯୋଦ୍ଧା ସୁସ୍ଥ ଲାଭ କରି ଶୁକ୍ରବାର ପୁଣି କାର୍ଯ୍ୟରେ ଯୋଗ ଦେଇ ଥିବା ଜଣାପଡିଛ।ସେମାନେ ହେଲେ ଏ ଏସ ଆଇ ରାଜନ ପ୍ରଧାନ, କନେଷ୍ଟବଳ ମଙ୍ଗୁଳୁ ସେଠୀ ଏବଂ ସଦାନନ୍ଦ ବେହେରା।ଏଭଳି ଏକ କଠିନ ପରିସ୍ଥିତିରେ ସୁସ୍ଥ କୋଭିଡ ଯୋଦ୍ଧଙ୍କୁ ଉତ୍ସାହିତ କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ ଏବଂ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସେମାନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଶଂସିତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ