ଦୁର୍ଘଟଣାରେ ଜଣେ ମୃତ
ଛତ୍ରପୁର,(ଦେବଦତ୍ତ ମହାରଣା) : ଚମାଖଣ୍ଡି ଥାନା ଅଧୀନ ସୀତାନଗର ଗ୍ରାମ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ଟ୍ରକ୍ ପଛକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ମୃତ ହୋଇଛି । ମୃତ ଡ୍ରାଇଭର ଜଣକ ରମ୍ଭା ଥାନା ଅନ୍ତର୍ଗତ ସନ୍ତୋଷପୁର ଗାଁର କେ.ରାମଚନ୍ଦ୍ର ପାତ୍ର(୨୫)ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଛତ୍ରପୁର ଅଭିମୁଖେ ଥିବା ଟିଏସ୍-୧୨ୟୁବି-୦୫୦୬ ନମ୍ବର ଟ୍ରକ୍ର ପଛକୁ ଓଡି-୦୨ଏଏଚ୍-୩୬୫୫ ନମ୍ବର ଆଉ ଗୋଟିଏ ଟ୍ରକ୍ ଧକ୍କା ଦେଇଥିଲା । ଘଟଣା ସ୍ଥଳେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଚମାଖଣ୍ଡି ଥାନା ପୁଲିସ ପକ୍ଷରୁ ୧୧୦/୨୦ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ସୂଚନା ମିଳିଛି ।


