ମଦ ବିକ୍ରିକୁ ବିରୋଧ କରି ମର୍ଦ୍ଦମେଖ ପଞ୍ଚାୟତବାସୀଙ୍କ କୋଦଳା ଥାନା ଘେରାଉ କୋଦଳା

ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ମର୍ଦ୍ଦମେଖ ପଞ୍ଚାୟତବାସୀ ମଦମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ମଦପିଇ ଜୀବନ ଯାଉଛି, ମଦ ଯୋଗୁ ନିରୀହ ଲୋକଙ୍କ ଜୀବନ ଯାଉଛି ଏବଂ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି ।ସବୁ ଘଟଣା ଦୁର୍ଘଟଣାର ପରଦା ପଛରେ ମଦ ଏକ କାରଣ ସାଜୁଛି। ସାରା ରାଜ୍ୟରୁ ଏବେ ବିଭିନ୍ନ ସଂଗଠନ ପକ୍ଷରୁ ମଦମୁକ୍ତ ଅଭିଯାନ କରାଯାଉଥିବା ବେଳେ ଏବେ ମର୍ଦ୍ଦମେଖ ପଞ୍ଚାୟତବାସୀ ଏକତ୍ରୀତ ହୋଇ ପଞ୍ଚାୟତରୁ ମଦକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ପଞ୍ଚାୟତର ଶହ ଶହ ସଂଖ୍ୟାରେ ଲୋକେ ଏକାଠି ହୋଇ କୋଦଳା ଥାନା ଘେରାଉ କରିବା ସହ ମଦ କାରବାର ବନ୍ଦ କରିବା ପାଇଁ ପୋଲିସ୍ ର ସହଯୋଗ ଲୋଡ଼ିଛନ୍ତି।କୋଦଳା ଠାରୁ ମର୍ଦ୍ଦମେଖ ଯିବା ରାସ୍ତାରେ କିଛି ଅସାଧୁ ବ୍ୟକ୍ତି ମଦ ଦୋକାନ ଖୋଲିଥିବା ବେଳେ ମଦୁଆ ମାନେ ସଂଧ୍ୟାରେ ଉତ୍ପାତ କରୁଛନ୍ତି। ଫଳରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଯିବା ଆସିବା ପାଇଁ ସୁରକ୍ଷିତ ମଣୁନାହାନ୍ତି।ମଦ ଦୋକାନୀକୁ ସଂପୂର୍ଣ୍ଣ ହଟାଇବା ପାଇଁ କୋଦଳା ଥାନାରେ ଏନେଇ ଦାବି କରିଛନ୍ତି ପଞ୍ଚାୟତବାସୀ ।ଆଗାମୀ ୧୫ ଦିନ ମଧ୍ୟରେ ମଦ କାରବାର ବନ୍ଦ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିବା ବେଳେ ଯଦି ବନ୍ଦ ନ ହୁଏ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମର୍ଦ୍ଦମେଖ ପଞ୍ଚାୟତବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ