ମୋଟ କରୋନା ମାମଲା ମଧ୍ୟରୁ ମାତ୍ର ୨୨% ସକ୍ରିୟ

ନୂଆ ଦିଲ୍ଲୀ:କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ତ୍ରିମୂଖୀ ରଣନୀତି ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୫ ମାସ ମଧ୍ୟରେ ମୋଟ ସଂକ୍ରମିତଙ୍କ ତିନି ଚତୁର୍ଥାଂଶ କରୋନାରୁ ସୁସ୍ଥ ହୋଇଥିବା ବେଳେ କେବଳ ଏକ ଚତୁର୍ଥାଂଶ ସଂକ୍ରମିତ ଏବେ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ (ଗୁରୁତର ଓ ଜଟିଳ ଲକ୍ଷଣଯୁକ୍ତ) ଓ ଘରୋଇ ଏକାନ୍ତବାସ (ସାଧାରଣ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ) ମୁକ୍ତ ହେଉଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୨୬ ଲକ୍ଷରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୧୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ଦେଶରେ ହାରାହାରି ଆରୋଗ୍ୟ ହାର ଶତକଡା ୭୬.୨୮ରେ ପହଞ୍ଚିଛି ।
ମୋଟ ସଂକ୍ରମିତଙ୍କ ତୁଳନାରେ ୩.୫ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି, ଯାହାଫଳରେ ମୋଟ ସଂକ୍ରମିତଙ୍କ ତୁଳନାର ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୨୧.୯୦ ରହିଛି । ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହା ୧୮ ଲକ୍ଷ ଟପି ବର୍ତ୍ତମାନ ୧୮,୪୧,୯୨୫ରେ ଆଜି ପହଞ୍ଚିଛି ।
ବିଶ୍ଵରେ କୋଭିଡ ପରିଚାଳନାକୁ ଆଖିଆଗରେ ରଖି ଆମ ଦେଶରେ ମଧ୍ୟ ସେହିପ୍ରକାରର ମଧ୍ୟ ପଦକ୍ଷେପ ନିଆଯାଇଛି । ପ୍ରଥମ ପଦକ୍ଷେପ ସ୍ୱରୂପ ଘରକୁ ଘର ସର୍ଭେ କରି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀମାନଙ୍କୁ ଠାବ କରାଯାଉଛି । ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ମାମୁଲି ଓ ଅଳ୍ପ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ଘରୋଇ ଏକାନ୍ତବାସ ଏବଂ ଜଟିଳ ଓ ଅଧିକ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ ହସ୍ପିଟାଲରେ ଶୀଘ୍ର ଚିକିତ୍ସା କରାଯାଇପାରୁଛି ।
ଦେଶରେ କୋଭିଡ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯାଇ ହସ୍ପିଟାଲ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରାଯାଇଛି । ଆଇସିୟୁ ବେଡ ଓ ଭେଣ୍ଟିଲେଟର ଇତ୍ୟାଦି ଥାଇ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ (ଡିସିଏଚ), ଅମ୍ଳଜାନ ଶଯ୍ୟା ଓ ଆବଶ୍ୟକସ୍ଥଳେ ଡାକ୍ତରୀ ସେବା ସୁବିଧା ଥାଇ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର (ଡିସିଏଚସି) ଏବଂ ଏକାନ୍ତବାସ ଶଯ୍ୟାଯୁକ୍ତ କୋଭିଡ ସୁଧାର କେନ୍ଦ୍ର (ସିସିସି)ମାନ ବ୍ୟବସ୍ଥା କରାଯାଇଛି । ଆଜିସୁଦ୍ଧା ଦେଶରେ ୧,୭୨୩ଟି ଡିସିଏଚ, ୩,୮୮୩ ଡିସିଏଚସି ଓ ୧୧,୬୮୯ ସିସିସି ସହ ମୋଟ ୧୫,୮୯,୧୦୫ ଏକାନ୍ତବାସ ଶଯ୍ୟା, ୨,୧୭,୧୨୮ ଅମ୍ଳଜାନ ସହାୟକ ଶଯ୍ୟା ଏବଂ ୫୭,୩୮୦ ଆଇସିୟୁ ଶଯ୍ୟା ରହିଛି । ସଂକ୍ରମିତ ରୋଗୀମାନଙ୍କ ଦକ୍ଷ ଚିକିତ୍ସା ଯୋଗୁଁ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ ଆଜି ଏହା ୧.୮୨ ପ୍ରତିଶତରେ ପହଞ୍ଚିଛି ।
ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଦେଖନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ