କୋଇଲା ଗୋଟାଳିଙ୍କ ଉପରେ ଚଢିଗଲା ଟ୍ରକ୍।
ପାରାଦୀପ,(ପିତବାସ ପ୍ରଧାନ): ଭଗବାନଙ୍କର ଏହି ସୃଷ୍ଟିରେ କେତେବେଳେ ଯେ କାହା ସହ କଣ ହେବ ତାହା କାହାକୁ ଜଣାନଥାଏ | ନିଜର ଆଉ ନିଜ ପରିବାର ର ପେଟ ପୋଷିବା ପାଇଁ ଲୋକମାନେ କଷ୍ଟ ପଡ଼ିଥାନ୍ତି | କିନ୍ତୁ ସେମାନେ ଏ କଥାରୁ ଅଜଣା ଥାନ୍ତି କି ଦିନେ ଏହି କଷ୍ଟ ତାଙ୍କ ଜୀବନ ନେଇଯିବ | ଏମିତି ଏକ ଦୁର୍ଘଟଣା ଘଟିଛି ପାରାଦୀପ ର ଲକ୍ ପଡା ରେ ନିଜର ଗୁଜୁରାଣ ମେଣ୍ଟାଇବାକୁ ଯାଇ ପ୍ରତିଦିନ ଜଣେ ମହିଳା ଟ୍ରକ୍ ତଳେ ଲାଗୁଥିବା କୋଇଲା କୁ ଗୋଟେଇ ବିକ୍ରି କରି ଦି ପଇସା ରୋଜଗାର କରୁଥିଲେ | କିନ୍ତୁ ଆଜି ସକାଳେ ସେହି ଟ୍ରକ୍ ପଛରେ କୋଇଲା ଗୋଟାଉଥିବା ବେଳେ ତାଙ୍କ ଉପରେ ଚଢି ଗଲା ଟ୍ରକ୍ | ମୃତ ମହିଳା ହେଲେ ବାସନ୍ତୀ ଦାସ ସେ ଦିର୍ଘଦିନ ଧରି ସ୍ତାନୀୟ ଲକ୍ ପଡା ରେ ରହିଆସୁଥିଲେ | ଆଜି ତାଙ୍କ ଉପରେ ଟ୍ରକ୍ ଚଢି ଗଲା ପରେ ଘଟଣା ସ୍ଥଳରେ ହିଁ ମୃତ୍ୱ ଘଟିଥିଲା । ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ଅଠରବାଙ୍କୀ ଡାକ୍ତରଖାନା ରେ ଭର୍ତି କରିବା ସହ ସମ୍ପୃକ୍ତ ଟ୍ରକ୍ କୁ ଯବତ୍ କରିଛି |