କଳାକାର ସମାବେଶ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : କଳାକାର ସମାଜ କଲ୍ୟାଣ ନିମନ୍ତେ ଗଠିତ ସଂଙ୍ଗଠନ ଗଂଜାମ ଜିଲ୍ଲା କଳାକାର ସଂଘ ପକ୍ଷରୁ ଦକ୍ଷିଣ ଓଡିଶା କଳାକାର ସମାବେଶ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜାତୀୟ ସଂଗୀତ କଳାକେନ୍ଦ୍ର ପରିସର ନିକଟ ଭଞ୍ଜମଣ୍ଡପ ଠାରେ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୀମାନ୍ତ ନଟରାଜ ତିରୁପତି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଦୀପ ମଦନ ମିଶ୍ର ଯୋଗ ଦେଇଥିଲେ ଏବଂ ଅନ୍ତର୍ଜାତୀୟ ଖ୍ୟାତିନାମା ସମ୍ପନ୍ନ ଲୋକନୃତ୍ୟ ନାରାୟଣ ମହାରଣା ,ବରିଷ୍ଠ କଳାକାର ଉମାଶଙ୍କର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଘର ଆଭିମୁଖ୍ୟ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।କଳାକାର ମାନଙ୍କ ସହାୟତା ନିମନ୍ତେ ଅନୁଷ୍ଠାନ ପକ୍ଷରୁ କଳାକାର କଲ୍ୟାଣ ପାଣ୍ଠି ଗଠନ କରାଗଲା ।ନିକଟ ଭବିଷ୍ୟତରେ ଦକ୍ଷିଣ ଓଡିଶା କଳାକାର ସମାବେଶ ଓ ଦକ୍ଷିଣ ଓଡିଶା ବରିଷ୍ଠ କଳାକାର ଗଠନ ସଂପର୍କରେ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଡାକ୍ତର ତିରୁପତି ସାହୁଙ୍କୁ ଦକ୍ଷିଣ ଓଡିଶା କଳାକାର ସଂଘର ସଭାପତି ଭାବରେ ଚୟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବହୁ ଶିଶୁ କଳାକାର ଠାରୁ ଆରମ୍ଭ କରି ବହୁ କଳାକାର ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୂଚନା ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଷାଧ୍ୟକ୍ଷ ସୁବାସ ଚନ୍ଦ୍ର ସାହୁ , ରୋଶନ ପ୍ରାରମ୍ଭିକ ସୂଚନା ସହ ସ୍ୱାଗତ ଭାଷଣ ଦେବା ସହ କୋଷାଧ୍ୟକ୍ଷ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରିଶେଷରେ ସହ ସଂପାଦକ ରବି ନାରାୟଣ ଦାଶ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।


