ଏନ୍.ଏ.ସିରେ ବୃକ୍ଷରୋପଣ,ଭ୍ରାମ୍ୟମାଣ କରୋନା ପରୀକ୍ଷା ର ଶୁଭାରମ୍ଭ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):   ବେଲଗୁଣ୍ଠା ଏନ୍.ଏ.ସିରେ ପ୍ରଶାସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଭ୍ରାମ୍ୟମାଣ କରୋନା ପରୀକ୍ଷା ଗାଡିର ଶୁଭାରମ୍ଭ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ବୃକ୍ଷ ଓ ମାନବ ସମାଜର ସମ୍ପର୍କ ଉପରେ ଆଲୋକ ପାତ କରିବା ସହ ପ୍ରତ୍ୟେକ ଲୋକ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ବୃକ୍ଷ ବଞ୍ଚିଲେ ସୃଷ୍ଟି ବଞ୍ଚିବା ସହ ସମସ୍ତେ ସୁସ୍ଥ ଜଳବାୟୁ ପାଇପାରିବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାୟ ବିଭିନ୍ନ କିସମର ୫୦୦ ଗଛ ଲଗାଇବା ପାଇଁ ଯୋଜନା ରହିଥିବା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରକାଶ କରିଥିବା ବେଳେ ଆଜି ୧୦୦ଟି ଗଛ ଲଗାଯିବା ସହ ଏହାର ସୁରକ୍ଷାର ଗୁରୁଦାୟିତ୍ୱ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଦିଆଯାଇଥିଲା । ଗଛ ଲଗାଇବା ଯେତିକି ଗୁରୁତ୍ୱ ଗଛଟି ଵଡ ହେବା ପର୍ଯ୍ୟନ୍ତ ଏହାର ସୁରକ୍ଷା ତାଠାରୁ ଅଧିକ ଗୁରୁତ୍ୱ ପୁର୍ଣ୍ଣ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ଏହା ସହିତ ବେଲଗୁଣ୍ଠା ସହରରେ ପ୍ରତି ୱାର୍ଡରେ କରୋନା ପରୀକ୍ଷା ପାଇଁ ଭ୍ରାମ୍ୟମାଣ ଗାଡି କୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ୍ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବେଲଗୁଣ୍ଠା ଏନ୍.ଏ.ସିକୁ କରୋନା ମୁକ୍ତ କରିବା ପାଇଁ ହେଲେ ସହରରେ ସମସ୍ତ ୱାର୍ଡରେ ପରୀକ୍ଷା ହେବା ଜରୁରୀ ଏଥିପାଇଁ ସମସ୍ତ ସହରବାସୀ ପ୍ରଶାସନକୁ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ନିବେଦନ କରିଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବଣିକ ସଂଘ ସମ୍ପାଦକ କୈଳାସ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ମନଜିତା ରଥ ଓ ବିଶ୍ୱରଞ୍ଜନ ଜେନା,ସୁଶାନ୍ତ ମିଶ୍ର,ପ୍ରେସ୍ କ୍ଳବ ଉପ-ସଭାପତି ପ୍ରଭାତ କୁମାର ସାହୁ,ପ୍ରେସ୍ କ୍ଳବ ଉପଦେଷ୍ଟା ସୁଶାନ୍ତ କୁମାର ବେହରା,ସୁରେଶ ସୁବୁଦ୍ଧି,ବାବୁଲା ଗୌଡ,ଶିବରାମ ଚୌଧୁରୀ,ବଣିକ ସଂଘ କୋଷାଧ୍ୟକ୍ଷ ସନ୍ନତ ସୁବୁଦ୍ଧି,ସହ-ସମ୍ପାଦକ ପ୍ରଭାତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ କାର୍ଯ୍ୟକ୍ର ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ