ନବବିବାହିତ ଭଉଣୀଙ୍କୁ ହତ୍ୟା, ଅଭିଯୋଗ କଲା ଭାଇ: ସ୍ୱାମୀ ଗିରଫ

ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ବନ୍ତ ଥାନା ନିଳୋକ ପଞ୍ଚାୟତ ଅଧିନ ଘରପଦା ଗ୍ରାମର ନବବିବାହିତ ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ଭାଇ ଥାନାରେ ଅଭିଯୋଗ କରିଛି । ଉକ୍ତ ଘଟଣାରେ ପୋଲିସ ସ୍ୱାମୀକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ, ଗତ ତା-୧୨-୭-୨୦ ରିଖରେ ବନ୍ତ ଥାନା ଅଧିନ ଘରପଦା ଗ୍ରାମର ସ୍ୱର୍ଗତ ବାବାଜି ଦାସଙ୍କ ପୁଅ ମଧୁସୂଦନ(୩୩)ଙ୍କ ସହିତ ହାସିନପୁର(ଗଣିଜାଙ୍ଗ) ଗ୍ରାମର ରବିନ୍ଦ୍ର କୁମାର ପରିଡାଙ୍କ ଝିଅ ପଦ୍ମିନୀ(୨୫)ଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ବେଳେ ବାଟଖର୍ଚ୍ଚ ବାବଦ ନଗଦ ୫୦ ହଜାର ଟଙ୍କା, ଜ୍ୱାଇଁକୁ ଏକ ଭରି ଓଜନର ସୁନାଚେନ୍‌, ମୁଦି, ଝିଅକୁ କାନଫୁଲ, ଶାଂଖି, ମଙ୍ଗଳସୂତ୍ର, ପାଉଁଞ୍ଜି ଆଦି ସୁନାରୂପା ଅଳଙ୍କାର ସମେତ ସମସ୍ତ ଘରକରଣା ସାମଗ୍ରୀ ଦିଆଯାଇଥିଲା । ବିବାହର ୧୦/୧୫ ଦିନ ପରେ ସ୍ୱାମୀ, ଦେଢଶୁର, ଯାଆ ମିଶି ଭଉଣୀଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ । ଗତ ୨୮ ତାରିଖରେ ଖବର ପାଇ ଜଣେ ପଡୋଶୀଙ୍କୁ ସାଙ୍ଗରେ ଧରି ଭଉଣୀ ଘରେ ପହଞ୍ôଚ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରାଇଥିଲେ । ଆଜି ଘଟଣା ସମ୍ପର୍କରେ ପଞ୍ଚାୟତ ଅଫିସରେ ଆଲୋଚନା ହେବାର ଥିଲା । ମାତ୍ର ଅପରାହ୍ନ ୨ଟା ସମୟରେ ଭଉଣୀର ମୃତ୍ୟୁ ଖବର ମିଳିଥିଲା । ଭଉଣୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ନେଇ ଭାଇ ଅନନ୍ତ କିଶୋର ପରିଡା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ପୋଲିସ ଓ ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ମିଳିଛି ଯେ, ପଦ୍ମିନୀଙ୍କ ମୃତ ଦେହ ନିଜ ଶୋଇବା ଘର ଫ୍ୟାନ୍‌ରେ ଝୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଥାନାରେ କେସ ନଂ-୧୦୭/୨୦ ମୂଳେ ମାମଲା ରୁଜ୍ଜୁ ହୋଇଥିବା ବେଳେ ସ୍ୱାମୀକୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ