ୱେବ୍ ସିରିଜ୍ କୁ ନେଇ ଚର୍ଚ୍ଚା ରେ କିଙ୍ଗଖାନ

ବଲିଉଜ ର ବାଦଶାହା କେତେବେଳେ ତାଙ୍କ ଫିଲ୍ମି ଲାଇଫ୍କୁ ନେଇ ତ କେବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହନ୍ତି । ଏବେ ଚର୍ଚ୍ଚା ଚାଲିଛି, ଶାହାରୁଖ୍ ଖାନ୍ଙ୍କ ୱେବ୍ ସିରିଜ୍ ‘ବାର୍ଡ ଅଫ୍ ବ୍ଲଡ୍ ‘କୁ ନେଇ । ଏହି ୱେବ୍ ସିରିଜ୍ ରେ ଏପରି ୩ ଜଣ ଭାରତୀୟ ଜାସୁସ୍ଙ୍କର କାହାଣୀ ରହିଛି, ଯେଉଁମାନେ ପାକିସ୍ତାନର ବାଲୁଚିସ୍ତାନରେ ଫସିଥିବା ଭାରତୀୟଙ୍କୁ ରକ୍ଷା କରିବାକୁ ଯାଇଛନ୍ତି। ଟ୍ରେଲର୍ରେ ଏହାକୁ ‘ସୁଇସାଇଡ୍ ମିଶନ ‘ କୁହାଯାଇଛି । ଶାହାରୁଖ୍ ‘ବାର୍ଡ ଅଫ୍ ବ୍ଲଡ୍ ‘ ୱେବ୍ ସିରିଜ୍ ପ୍ରଯୋଜନା କରିଛନ୍ତି। ଏଥିରେ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି ଇମରାନ୍ ହାଶ୍ମି ଓ ବିନୀତ କୁମାର ସିଂହ। ହେଲେ ଏହି ଟ୍ରେଲର୍କୁ ନେଇ ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍ ଗଫୁର୍ ଶାହାରୁଖଙ୍କୁ ସମାଲୋଚନା କରିଛନ୍ତି। ତେବେ ଏହି ସିରିଜ୍କୁ ନେଇ ପାକ୍ ସେନା ମୁଖପାତ୍ର ଶାହାରୁଖଙ୍କୁ ଟାର୍ଗେଟ୍ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ