ସାଂସଦ ବିଶ୍ୱେଶର ଟୁଡୁଙ୍କ ପକ୍ଷରୁ ବାରିପଦା ଥାନାରେ ଅଭିଯୋଗ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ବାରିପଦା ସାଂସଦଙ୍କ ଜାଲ ଦସ୍ତଖତରେ ହାତପାଣ୍ଠି ବଣ୍ଟନ ଅନିୟମିତତା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲୁସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ କଲା । ସାଂସଦଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିଲା । ସାଂସଦଙ୍କ ଦସ୍ତଖତ ଜାଲ କରି ଏମିତି ହେଉଥିଲା ବୋଲି ଖୋଦ ସାଂସଦ ଶ୍ରୀଟୁଡୁ ଥାନାରେ ଅଭିଯୋଗ କରିଛନ୍ତି । ଏଥିରେ ବାରିପଦା ପିଏ ଆଇଟିଡିଏ କାର୍ଯ୍ୟାଳୟ ଅଧୀନରେ ୨ଟି ପ୍ରକଳ୍ପ ରହିଛି । ବାରିପଦା ଟାଉନ୍ ୨୨ ନମ୍ବର ୱାର୍ଡରେ ହୋଇଥିବା ପ୍ରକଳ୍ପ ଠିକ୍ ସ୍ଥାନରେ ହୋଇନଥିବା ବେଳେ ମୋରଡ଼ା ବ୍ଲକରେ ଛଉ ପେଣ୍ଡାଲ କାର୍ଯ୍ୟରେ ଜେଇ ଓ ଏଇ ସନ୍ଦେହ ପ୍ରକାଶ କରିଥିଲେ । ଏସବୁ ପ୍ରକଳ୍ପ ସାଂସଦଙ୍କ ଅଗୋଚରରେ ଜାଲ୍ ଦସ୍ତାବିଜ୍ ଦେଇ ହୋଇଥିବା ସାଂସଦ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସାଂସଦଙ୍କ ଅଫିସରେ କାର୍ଯ୍ୟରତ ମୋରଡ଼ା ଥାନା ପଟକୁଣ୍ଡିଆ ଗ୍ରାମର ହେମନ୍ତ କୁମାର ସୋରେନ ଯିଏକି ସାଂସଦଙ୍କ ସମ୍ପର୍କୀୟ ଶଳା ତଥା ମୋରଡ଼ା ପଞ୍ଚାୟତ ସମିତି ସଦସ୍ୟ ଏହି ଜାଲିଆତି କାରବାରରେ ମାଷ୍ଟର ମାଇଣ୍ଡ୍ । ସେ ହାତପାଣ୍ଠିରୁ କାମ ଦେବା ନାମରେ ଲୋକଙ୍କଠାରୁ ଟଙ୍କା ନେଉଥିଲେ ଓ ତାଙ୍କ ଡ୍ରାଇଭରଙ୍କ ସହ ଅନ୍ୟ କର୍ମଚାରୀଙ୍କ ଦରମା ମଧ୍ୟ ଦେଉନ ଥିଲେ ବୋଲି ସାଂସଦ ଅଭିଯୋଗ କରିଥିଲେ । ପୋଲିସ ସମସ୍ତ ଅଭିଯୋଗର ତଦନ୍ତ କରି ସମିତି ସଭ୍ୟ ହେମନ୍ତ ସୋରେନ ଓ ସାଂସଦଙ୍କ କାର୍ଯ୍ୟାଳୟର କମ୍ପ୍ୟୁଟର ଅପରେଟର ଶୈଳେସ ଗିରିଙ୍କୁ ଗିରଫ କରିଛି । ଉଭୟ ହେଉଛନ୍ତି ବିଜେପି କର୍ମୀ । ଜଣେ ସାଂସଦଙ୍କ ସମ୍ପର୍କୀୟ ଶଳା ହୋଇଥିବା ବେଳେ ଅନ୍ୟ ଜଣେ ବିଜେପି ମିଡିଆ ସେଲର ସଦସ୍ୟ ।


