ପ୍ରଶାନ୍ତ ମହାସାଗରରେ ବିରାଟ ଆଗ୍ନେୟ ଶିଳା
ପ୍ରଶାନ୍ତ ମହାସାଗରରେ ଏକ ବିରାଟ ଆଗ୍ନେୟ ଶିଳା ଥିବା ଏବେ ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି । ଏହା ୧୫୦ ବର୍ଗ କିଲୋମିଟର ଯାଏ ପାଣି ଭିତରେ ବ୍ୟାପିଛି । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ ଆଗ୍ନେୟଗିରିରୁ ଉଦ୍ଗୀରଣ ହୋଇଥିବା ଲାଭା ଦ୍ୱାରା ଏହା ସୃଷ୍ଟି ହୋଇଛି ବୋଲି ସାଟେଲାଇଟ୍ ଫଟୋରୁ ଜଣାପଡିଛି । ଏହିି ମାସ ଆରମ୍ଭରେ ୨୦ ହଜାରଟି ଫୁଟବଲ୍ ଫିଲ୍ଡ ଆକାରର ବିରାଟ ପଥର ପ୍ରଥମେ ଫିଜି ଅଭିମୁଖେ ଯାଉଥିବା ଏକ ଅଷ୍ଟ୍ରେଲୀୟ ଦମ୍ପତି ଠାବ କରିଛନ୍ତି । ଏହାକୁ ସି’ଅଫ ପୁମାଇସ କୁହାଯାଉଛି । ଏହାର ଓଜନ କମ୍ ଓ ଭାସମାନ ଅବସ୍ଥାରେ ରହିଛି । ଲାଭା ଶୀଘ୍ର ଶୀତଳ ହେବାରୁ ଏହି ଶିଳା ସୃଷ୍ଟି ହୋଇଥିବା କୁହାଯାଉଛି । ଏହାର ନମୁନା କୁଇନ୍ସଲାଣ୍ଡ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ଗବେଷକମାନଙ୍କ ନିକଟକୁ ଗବେଷଣା ପାଇଁ ପଠାଯାଇଛି । ଏହି ଶିଳା ଏବେ ଫିଜିର ପଶ୍ଚିମ ଆଡ଼କୁ ଭାସି ଭାସି ଯାଉଛି । ଆଉ ବର୍ଷକ ମଧ୍ୟରେ ଅଷ୍ଟ୍ରେଲିଆ କୂଳରେ ପହଞ୍ôଚବ ବୋଲି ଆଶଙ୍କା କରାଯାଉଛି ।


