ଗରିବ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ – ଚୌଦ୍ବାର ବ୍ଲକ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତ ଅଧିନସ୍ଥ ଇଟୁଆ ଗ୍ରାମର ଦଧିବାମନଜିଉ ନୋଡାଲ ସ୍କୁଲ୍ ର ଛାତ୍ରୀ ସ୍ୱଭାଙ୍ଗୀନି ରାଉତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଶତକଡା ୮୨ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ଦୁର୍ଭାଗ୍ୟ ପିତା ଭାଵାନୀ ଶଙ୍କର ରାଉତ ଜଣେ ଦିନ ମଜୁରୀଆ ଆର୍ଥିକ ଅଭାବରୁ ଛୋଟ ଛୋଟ ପାଞ୍ଚଟି ପିଲାଙ୍କୁ ଲାଳନପାଳନ କରିବା ଅତ୍ୟନ୍ତ କଷ୍ଟକର । ପରିବାରର ଏଭଳି ଆର୍ଥିକ ସଙ୍କଟ ମଧ୍ୟରେ ବିଜ୍ଞାନ ପାଠ ପଢି ଜଣେ ଡ଼ାକ୍ତର ହେବାକୁ ସ୍ୱପ୍ନ ଦେଖୁଥିବା ସୈାଭାଗିନୀ ନିଜ ପିତାଙ୍କ ଆର୍ଥିକ ଅଭାବ ଯୋଗୁଁ ଘୋର ମନସ୍ତାପ ରେ ରହୁଥିବା ବେଳେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଚୌଦ୍ୱାର ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଦିଶକ୍ତି ଯୁବ ପରିଷଦ ର ସଦସ୍ୟମାନେ ନିଜସ୍ଵ ଅର୍ଥ ସଂଗ୍ରହ କରି ଏହି ଗରିବ ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ପ୍ରାଥମିକ ସ୍ତରରେ ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ଏବଂ ଆଗାମୀ ଦିନରେ ଏହି ଛାତ୍ରୀଙ୍କ ଇଛା ଅଭିଳାଷ ପୂର୍ଣ୍ଣ କରିବା ପାଇଁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ସ୍ଥାନୀୟ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ସାମାଜିକ ସଂଗଠନ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ଏହି ଗରିବ ମେଧାବୀ ଛାତ୍ରୀଙ୍କ ଉଚ୍ଚଶିକ୍ଷା ଲାଭ ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ପାଇଁ ଯୁବ ପରିଷଦର ସଦସ୍ୟମାନେ ନିବେଦନ କରିଛନ୍ତି । ଆଦିଶକ୍ତି ଯୁବ ପରିଷଦ ର ଏଭଳି ଅଭିନବ ଉଦ୍ୟମକୁ ଇଟୁଆ ଗ୍ରାମବାସୀଙ୍କ ସମେତ ଅଞ୍ଚଳର ଅନେକ ବୁଦ୍ଧିଜିବୀ, ଶିକ୍ଷାବିତ ମାନେ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ