ଅଖିଳ ଭାରତୀୟ ମହିଳା ମାରଓ୍ବାଡୀ ମହିଳା ସମ୍ମେଳନ ପକ୍ଷରୁ ‘ନେତ୍ରଦାନ’ ସଚେତନ କାର୍ଯ୍ୟକ୍ରମ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ପବିତ୍ର ଗୁରୁ ଦିବସ ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନ’ଅଖିଳ ଭାରତୀୟ ମାରଓ୍ବାଡୀ ମହିଳା ସଂଗଠନ ‘ପକ୍ଷରୁ ସ୍ଥାନୀୟ ସତ୍ୟ ନାରାୟଣ ମନ୍ଦିର ‘ ପରିସରରେ ଏକ ‘ନେତ୍ରଦାନ’ ସଚେତନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଥମେ ଭାରତର ଦ୍ଵିତୀୟ ରାଷ୍ଟ୍ରପତି ବିଶିଷ୍ଟ ଶିକ୍ଷାବିତ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ ନେତ୍ରଦାନ ଉପରେ କିଛି କୁନି କୁନି ପିଲାଙ୍କୁ ନେଇ ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ପରେ ନେତ୍ରାନନ୍ଦ ସଚେତନ ନେଇ ଏକ ଏକାଙ୍କିକା କରାଯାଇଥିଲା । ପରେ ଏକ ସଚେତନ ସଭା କରା ଯାଇଥିଲା । ନେତ୍ରଦାନ ଏକ ମହତ କାର୍ଯ୍ୟକ୍ରମ ନେତ୍ରଦାନ ଦେଇ ଅନ୍ୟ ଆଖରେ ରୋଷଣୀ ଜଳାଇଲେ ଭଗବାନ ଖୁସି ହେବେ । ଏଥି ନେଇ ୪୦ ଜଣ ସ୍ବେଚ୍ଛାସେବୀ ମହିଳା ନେତ୍ରଦାନ ପାଇଁ ସ୍ୱେଚ୍ଛାରେ ନେତ୍ରଦାନ ଫର୍ମରେ ସ୍ଵାକ୍ଷର କରିଥିଲେ । ପରେ ପ୍ରତୀଯୋଗୀତାର ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଗଠନର ସଭାନେତ୍ରୀ- ବିମଳା ଓ ଅଗ୍ରଓ୍ବାଲା, ସଂପାଦିକା କଳାବତୀ ଜୈନ,କୋଷାଧ୍ୟକ୍ଷା ଏକତା ଢଣଢଣିଆ, ଆଞ୍ଚଳିକ ସଭାନେତ୍ରୀ ଅନିତା କେଡିଆ,ନେତ୍ରାନନ୍ଦ ପ୍ରମୁଖ ପାରୁଲ ବାଗାଡିଆ,ସଂଯୋଜିକଖ ପୁଷ୍ପା ଦେବୀ ଅଗ୍ରୱାଲ,ସକ୍ରିୟ ସୁଦଷ୍ଣ୍ଣା ସଞ୍ଜୁ ସାରଡା,ପୂଜା ଢଣଢଣିଆ,ରାକ୍ଷୀ ଭୂତ,ଚନ୍ଦା ପାଣିଆ,କିରଣ ଅଗ୍ରଓ୍ବାଲା,ସୁନିତା ଭୂତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ