ଗୋପାଳପୁର ବନ୍ଦରକୁ ନୋ-ଫିସିଂ ଜୋନ୍‌ ଘୋଷଣା କରାଯିବ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଆଗାମୀ ଦିନରେ ଗୋପାଳପୁର ବନ୍ଦରକୁ ନୋ-ଫିସିଂ ଜୋନ୍‌ ଘୋଷଣା କରାଯିବ। ଅର୍ଥାତ୍‌ ଗୋପାଳପୁର ବନ୍ଦରକୁ ଆଉ ମାଛ ଧରା କାର୍ଯ୍ୟ ପାଇଁ ବ୍ୟବହାର କରାଯିବ ନାହିଁ। ଗୋପାଳପୁର ବନ୍ଦରର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ନୋ-ଫିସିଂ ଜୋନ୍‌ ଘୋଷଣା କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ମଧ୍ୟ ମାଛଧରା ପାଇଁ ଗୋପାଳପୁରରେ ବିକଳ୍ପ ସ୍ଥାନ ନେଇ ବିଚାର ବିମର୍ଷ ଚଳାଇଛନ୍ତି। ଗୋପଳପୁରରେ ହେବ ସ୍ୱତନ୍ତ୍ର ମାଛଧରା ବନ୍ଦର। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟ କରି ଏହି ମାଛଧରା ବନ୍ଦର ପ୍ରତିଷ୍ଠା କରାଯିବ। ଏଭଳି ଯୋଜନାକୁ ଆଗେଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଗୋପାଳପୁର ବନ୍ଦର ବଦଳରେ ମାଛ ଧରା ପାଇଁ ଏକ ବିକଳ୍ପ ବନ୍ଦର କରାଯିବ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ନେଇ ବିଚାର ବିମର୍ଷ ଚାଲିଛି। ତେବେ ନୂତନ ବନ୍ଦରରେ ଏକ ଜେଟି ରହିବ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏହି ଜେଟି ନିର୍ମାଣ ହେବ। ଗୋପାଳପୁର ବନ୍ଦରର ବିକାଶ ନେଇ ନିକଟରେ ଅନୁଷ୍ଠିିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏସବୁ ପ୍ରସ୍ତାବ ଉପରେ ଆଲୋଚେନା ହୋଇଛି। ଗୋପାଳପୁରରେ ସ୍ୱତନ୍ତ୍ର ମାଛଧରା ବନ୍ଦର ନିର୍ମାଣ ପ୍ରସ୍ତାବ ଉପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ କାର୍ଯ୍ୟ କରିବା ପାଇଁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ