ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ମଠସାହିର ରବିନ୍ଦ୍ର ରାଉତ ଓ ଭାଗ୍ୟଲତା ରାଉତଙ୍କ ଝିଅ ତଥା କେନ୍ଦ୍ରାପଡା ଜୁନିଅର କଲେଜର ଭୋକେସନାଲ ଛାତ୍ରୀ ମୈତ୍ରୀ ରାଉତ ଚଳିତ ବର୍ଷ +୨ ଭୋକେସନାଲ ପରୀକ୍ଷାରେ ୫୪୧ନମ୍ବର ରଖି ରାଜ୍ୟ ଟପ୍ପର ହୋଇଥିବାରୁ ଏସମ୍ପର୍କରେ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ର ପୃଷ୍ଟପୋଷକ ଆମେରିକାର ଆଲସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସ ଜାଣିବା ପରେ ସଂପୃକ୍ତ ଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କରିବାକୁ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ । ସେହି ଅନୁଯାଇ ମଙ୍ଗଳବାର ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ନିକିରାଇ ମଠସାହିରେ ପହଁଚି ଭୋକେସନାଲ ଟପ୍ପର ହୋଇଥିବା ଛାତ୍ରୀ ମୈତ୍ରୀ ରାଉତଙ୍କୁ ପୁଷ୍ପଗୁଛ, ଏକ ନୂତନ ପେନ, ସାର୍ଟିଫିକେଟ ଓ ସ୍କଲାରସିପ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଂଚ ସନତ କୁମାର ଜେନା, ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ ପରିକ୍ଷୀତ ପାତ୍ର, ଶିକ୍ଷାବୀତ ରଘୁନାଥ ରାଉତ ଓ ଟ୍ରଷ୍ଟର ସଦସ୍ୟ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।