ଗଣେଷ ପୂଜା ପସ୍ତୁତି ଶେଷ ପର୍ଯ୍ୟାୟରେ
ହାଟଡିହି, (ଯୁଗାବ୍ଦ ନ୍ୟୁଜ୍) :: ଘସିପୁରା ବ୍ଲକ ତରୁଆଁ ଗ୍ରାମରେ ଥିବା ‘ବିନ୍ଦାସ କ୍ଲବ’ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଗଣେଶ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୮ମ ବର୍ଷରେ ପଦାର୍ପଣ କରିଥିବା ଏହି ଗଣେଶ ପୂଜା ପାଇଁ ଅନୁଷ୍ଟିତ ପ୍ରସ୍ତୁତି ବୈଠକ ହୋଇଥିଲା । ଏହି ବୈଠକରେ ବାପୁନୁ କୁମାର ଜେନା, ସନ୍ତୋଷ କୁମାର ବାରିକ, ହିରଣ୍ୟ ନାୟକ, ପିଣ୍ଟୁ ପାତ୍ର, ମଣ୍ଟୁ ପାତ୍ର, ଚିତ୍ତରଞ୍ଜନ ଜେନା, ରବିନ୍ଦ୍ର ବାରିକ, ଶିଶିର ଜେନା, ଅବିନାଶ ନାୟକ, ବାପୁ, ତପୁ, ପପୁନୁ, ଜିତୁ, ଆଲୋକ, ଲିଟୁନୁ, ସୋମନାଥ, ଦୀପକ, କାଳିଆ, ସାଇ, ସାନୁ, ଭୋଳା, ବବୁଲୁ, ସୋନୁ ପ୍ରମୁଖ ଯୋଗଦେଇ ଚଳିତବର୍ଷ ପୂଜାକୁ ସରଶ ସୁନ୍ଦର କରିବାପାଇଁ ନିଷ୍ପତି ନେଇଛନ୍ତି । ୨ତାରିଖରେ ପୂଜା କରାଯିବା ସହିତ ୬ତାରିଖରେ ଭଷାଣୀ କରାଯିବାର କାର୍ଯ୍ରକ୍ରମ ସ୍ଥିର ହୋଇଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସନ୍ଧ୍ୟା ମାନ ଆୟୋଜନ କରାଯିବାପାଇଁ ନିଷ୍ପତି ନିଆଯାଇଛି ।