ଜୀବନ ସଂଘର୍ଷରେ ହାରିଗଲେ ମାୟାଧର, ଭତ୍ତା ପାଇଁ ଦୌଡି ଦୌଡି ନୟାନ୍ତ
ହାଟଡିହି, (ଯୁଗାବ୍ଦ ନ୍ୟୁଜ୍) : ଜୀବନ ସଂଘର୍ଷରେ ହାରିଗଲେ ସଡଙ୍ଗା ଧରମପୁର ଗ୍ରାମର ମାୟାଧର ଜେନା । ତିନିବର୍ଷ ପୁର୍ବେ ଏକ ସଡକ ଦୁର୍ଘଟଣାର ଶୀକାର ହୋଇ ଗୋଟିଏ ଗୋଡ ହରାଇଥିବାବେଳେ ଆଜି ପର୍ଯ୍ୟନ୍ତ ଭଲ ହୋଇପାରି ନାହାନ୍ତି । ଜମିବାଡି ବିକ୍ରୀକରି କଟକ ବଡ ଡାକ୍ତରଖାନାରେ ୧୧ଲକ୍ଷ ଟଙ୍କା ଖର୍ଚ୍ଚ କରିବାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଲିପାରୁ ନାହାନ୍ତି । ସେ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ତାଙ୍କର ଏପରି ପରିସ୍ଥିତିରେ ପରିବାରଟି ଅସହାୟ ହୋଇପଡିଛି । ପରିବାରର ୪ପ୍ରାଣୀ କୁଟୁମ୍ବ ବହୁ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ସେ ଭିନ୍ନକ୍ଷମ ଭତ୍ତା ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡୁ ଥିଲେ ମଧ୍ୟ ଭତ୍ତା ଖଣ୍ଡିଏ ପାଇପାରି ନଥିବା ମାୟାଧର କହିଛନ୍ତି । ଗୋଡରୁ ରଡ ବାହର କରିବାପାଇଁ ଅଧିକା ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହୁଥିବାବେଳେ ଏହାକୁ ଯୋଗାଡ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନି । ଯଦି ପ୍ରଶାସନ ସହାୟତାର ହାତ ବଢ଼ାଏ ତେବେ ସେ ଗୋଡରୁ ରଡ ବାହାର କରିପାରନ୍ତେ ବୋଲି କହିଛନ୍ତି ।