ସୁରକ୍ଷା କର୍ମୀ ମାଓ ଗୁଳି ବିନିମୟରେ ୪ ମାଓ ମୃତ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲ ରେ ମାଓ ଅପରେସନ । କଳାହାଣ୍ଡି ପୋଲିସ ଦ୍ୱାରା ଡିଭିଏଫ ଓ ଏସଓଜି ମିଳିତ ଅପରେସନ । ଅପରେସନରେ ଗୁଳି ବିନିମୟ ବେଳେ ୪ ମାଓବାଦୀ ନିହତ । କଳାହାଣ୍ଡିର ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି (ବୁଧବାର) ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା । ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳି ବିନିମୟ ବେଳେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।ଏହି ଅପରେସନ ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି ।ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି । ଅପରେସନ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ