ପୂର୍ବ ଶତ୍ରୁତା ; ଟାଙ୍ଗିଆ ଦ୍ଵାରା ମୁଣ୍ଡକୁ ଆକ୍ରମଣ ମାମଲା ; ଗିରଫ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ସୁନାରି ସାହିର ଜି.ଦେବେନ୍ଦ୍ର ରେଡ୍ଡୀ ଙ୍କୁ ଶୁକ୍ରବାର ଦିଗପହଣ୍ଡି ପୋଲିସ ଥାନା( ମାମଲା ନଂ.୧୯୮/୨୦) ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ବୁଧବାର ରାତି ପ୍ରାୟ ୮ ଟା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଅଭିଯୁକ୍ତ ଦେବେନ୍ଦ୍ର ତାଙ୍କ ପଡୋଶୀ ବି. ସନ୍ୟାସୀ ରେଡ୍ଡୀ ଙ୍କ ମୁଣ୍ଡକୁ ଟାଙ୍ଗିଆ ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ବି. ସନ୍ୟାସୀଙ୍କ ଏତଲା କ୍ରମେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନିୟମ ଅନୁଯାୟୀ କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।