ଆନନ୍ଦପୁର ପୌରପରିଷଦରେ ସ୍ୱାୟତ ଶାସନ ଦିବସ
ହାଟଡ଼ିହି ,(ଯୁଗାବ୍ଦ ନ୍ୟୁଜ) : ଆନନ୍ଦପୁର ପୌରପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଆନନ୍ଦପୁର ପୌରପରିଷଦ ଅଞ୍ଚଳର ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟ କରାଯିବ ବୋଲି କହିଥିଲେ । ଏହାସହ ଆନନ୍ଦପୁରକୁ ସରଶ ସୁନ୍ଦର କରିବା ନିମନ୍ତେ ପୌର ପରିଷଦର ସମସ୍ତ କର୍ମଚାରୀ, ସ୍ଥାନୀୟ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ସହଯୋଗର ହାତ ବଢ଼ାଇବାକୁ ବିଧାୟକ ଶ୍ରୀ ସେଠୀ ଆହ୍ୱାନ ଦେଇଥିଲେ । ପରେ ପୌର ପରିଷଦର ସଫେଇ କର୍ମଚାରୀ ମାନଙ୍କୁ ଡ୍ରେସ, ମାକ୍ସ ଓ ଗ୍ଲୋବସ ବଣ୍ଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସେଠୀ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଆନନ୍ଦପୁର ବସଷ୍ଟାଣ୍ଡରେ ନବନିର୍ମିତ ଶୌଚାଳୟକୁ ଉଦଘାଟନ କରିଥିଲେ । ଏହାସହିତ ପୌରପରିଷଦର ଲାଇବ୍ରେରୀ, ଅତିଥିଗୃହ ନିର୍ମାଣପାଇଁ ଶୁଭ ଦେଇଥିବାବେଳେ ବିଜଛକରେ ଥିବା ଶୌଚାଳୟ, ଭେଣ୍ଡିଂଜୋନ, ଘସିପୁରାର ମାର୍କେଟ କମ୍ପେ୍ଲକ୍ସକୁ ଉଦଘାଟନ କରିଥିଲେ । ସେହିପରି ଘସିପୁରା ଠାରେ ଏକ ଶୌଚାଳୟକୁ ଉଦଘାଟନ କରିବା ସହିତ ଆନନ୍ଦପୁର ପୌରପରିଷଦ ପକ୍ଷରୁ ଶବଦାହ ଗୃହ, ଆଦର୍ଶ ସ୍ମଶାନ, ସ୍ମାର୍ଟପାର୍କ, ପୌରାଞ୍ଚଳ ନିମନ୍ତେ ଶବଦାହ ଗାଡି (ସ୍ୱର୍ଗରଥ)ର ଶୁଭାରମ୍ଭ କରିଥିଲେ । ପୌରପରିଷଦର କର୍ମଚାରୀ ମାନଙ୍କ ପାଇଁ ଆବାସିକ କଲୋନୀ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା । ଜାତୀୟ ସହରାଞ୍ଚଳ ଜୀବିକା ମାଧ୍ୟମରେ ଗରିବ ହିତାôଦକାରୀଙ୍କୁ ଟ୍ରେନିଂ ଓ ଋଣ ପ୍ରଦାନ ପୁର୍ବକ ଆତ୍ମନିଯୁକ୍ତ ସୁଯେଗ ସୃଷ୍ଟି କରିବା ଓ ବର୍ଷାଜଳ ନିସ୍କାସନ ନିମନ୍ତେ ପୌରାଞ୍ଚଳର ସମସ୍ତ ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ବିଧାୟକଶ୍ରୀ ସେଠୀ ଓ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ଘୋଷଣା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ପକ୍ଷରୁ ଆନନ୍ଦପୁର ଉପକାରାଗାରର ଅନ୍ତେବାସୀ ଓ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ । ଏହି ଉତ୍ସବରେ ସମାଜସେବୀ ଓ ବିଜେଡିର କୋଅର୍ଡିନେଟର ଦେବରଞ୍ଜନ ସାହୁ, ପୁର୍ବତନ ଉପାଧ୍ୟକ୍ଷ ସୁଶିଲ କୁମାର ହୋତା, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ କୁମାର ସେଠୀ, ସମାଜସେବୀ ଭୁପତି ନାୟକଙ୍କ ସମେତ ପୌରପରିଷଦର ସମସ୍ତ କର୍ମଚାରୀ କଉପସ୍ଥିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।