କାର ଭଡାରେ ନେଇ ଡ୍ରାଇଭରକୁ ହତ୍ୟା ଘଟଣା ମୁଖ୍ୟ ଅଭିଯୁକ୍ତ ଶୁଭମ୍ ଦିଗାଲ ଗିରଫ
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ପୋଲିସ କଇଁଝର ଅଂଚଳର କାଲିଖେତା ଗ୍ରାମର ଟ୍ୟାକ୍ସି ଡ୍ରାଇଭର ଲକ୍ଷ୍ଣୀନାରାୟଣ ସାହୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ କଇଁଝର ପଂଚାୟତର ଜିଗନାଗାଁର ଶୁଭମ ଦିଗାଲ(୨୬) ବୋଲି ଟିକାବାଲି ଥାନା ଅଧିକାରୀ ରେବତୀ ଶବରଙ୍କ ସୁତ୍ରରୁ ଜଣାପଡିଛି ତାଠାରୁ ମୃତ ଡ୍ରାଇଭର ଲକ୍ଷ୍ଣୀନାରାୟଣର ମୋବାଇଲ ଫୋନ ଜବତ କରିଛି । ପୁର୍ବରୁ ପୋଲିସ ଘଟଣାର ଅନ୍ୟତମ ଅଭିଯୁକ୍ତସୁଧିର ଦିଗାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେହି ସମୟରେ ତାଠାରୁ ସୁଚନା ପାଇବାପରେ ଗାର୍ଡିଙ୍ଗିଆଠାରେ ସେମାନେ ଛାଡିଯାଇଥିବା ଟ୍ୟାକ୍ସିକୁ ମଧ୍ୟ ଜବତ କରିଛି ପୋଲିସ । ସୁଚନା ଯୋଗ୍ୟ ଏହି ଦୁଇଜଣ ଅଭିଯୁକ୍ତ ମିଶି ଟିକାବାଲଲି ଡୁଙ୍ଗି ଅଂଚଳର ହୀରୋ ନାମକ ଜଣେ ଟ୍ୟାକ୍ସି ମାଲିକକୁ କୌଣସି ମଧ୍ୟସ୍ତିଙ୍କ ଜରିଆରେ ଗାଡି ଭଡା ନେବାକୁ ଫୋନ କରି ତାଙ୍କୁ ଫୁଲବାଣୀରେ ଛାଡି ଦେଇ ଆସିବାକୁ କହି ତାଙ୍କର ସିଆଜ କାରକୁ ନେଇ ଫୁଲବାଣୀ ଆଣିଥିଲେ । ସେଥିରେ କଇଁଝର କାଲିଖେତା ଗାଁର ଲକ୍ଷ୍ଣୀନାରାୟଣ ସାହୁ (ଡ୍ରାଇଭର) ଗାଡି ଚଳାଇ ଆସିଥିଲେ । ଫୁଲବାଣୀରେ ପହଂଚି ଉଭୟ ଅଭିଯୁକ୍ତ ଡ୍ରାଇଭର ଲକ୍ଷ୍ଣୀନାରାୟଣକୁ ଗାଡିର ଭଡା ଦେବା ବଦଳରେ ତାକୁ ଗାଡି ଚାବି ମାଗିଥିଲେ । ସେ ଚାବି ନଦେବାରୁ ତାକୁ ଗୋଟିଏ ନିକାଂଚନ ଯାଗାକୁ ନେଇ ତାର ଗଳା ଚିପି ହତ୍ୟା କରି ତାକୁ ଫୁଲବାଣୀ ମଜୁରିବିଡା ଗାଁର ପାଖରେ ଥିବା ଏକ ପରିତ୍ୟକ୍ତ ଯାଗାରେ ଫୋପାଡି ଦେଇଥିଲେ । ଫୁଲବାଣୀ ସଦରଥାନା ପୋଲିସ ଏହି ସଂକ୍ରନ୍ତରେ ଏକ ଅପମୃତ୍ୟୁ ମାମଲା ୧୨/୨୦୨୦ ରୁଜ୍ୁ କରି ଘଟନାର ତଦନ୍ତ କରୁଥିବାବେଳେ । ଟିବାଲି ଥାନାରେ ମୃତକ ଡ୍ରାଇଭରର ବାପା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଏକ ଅଭିଯୋଗ ଦେଇଥିଲେ । ଅଭିଯୋଗ ଅନୁସାରେ ପୋଲିସ ଏକ ହତ୍ୟା ମାମଲା ୫୨/୨୦୨୦ ରୁଜ୍ଜୁ କରି ତଦନ୍ତ ଚଳାଇଥିଲା ।


