ସ୍ୱାୟତଶାସନ ଦିବସ ଉପଲକ୍ଷେ ଗଣଦୈାଡକେନ୍ଦ୍ରାପଡା : ୧୫୦ବର୍ଷ ପୂର୍ତ୍ତି ପାଳନ କରିସାରିଥିବା ଓଡିଶାର ସର୍ବପୂରାତ୍ତନ କେନ୍ଦ୍ରାପଡା ପୈାରପାଳିକା ପକ୍ଷରୁ ସ୍ୱାୟତଶାସନ ଦିବସ ପାଳନ ପରୀପ୍ରେକ୍ଷୀରେ ଶୁକ୍ରବାର ସକାଳେ ସହରରେ ଗଣଦୈାଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରୁ ସକାଳ ପ୍ରାୟ ୭ଟା ସମୟରେ ଏହି ଗଣଦୈାଡକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଥିଲେ । ଏହି ଗଣଦୈାଡରେ ବିଭିନ୍ନ ସ୍କୁଲ ,କଲେଜ ଓ ଅନୁଷ୍ଠାନର ଏକହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନେ କଲେଜ ପରିସରରୁ ବାହାରି ତିନିମୁହାଣି ଛକ, ଜ୍ଞାନପୀଠଛକ, କଜଳା, ମହିପାଳ, ନୂଆବସଷ୍ଟାଣ୍ଡ, କାକଟ, ଦିଲାରପୁର, ବଡହାଟ, ପୁରୁଣାବସଷ୍ଟାଣ୍ଡ, ମଢିଆଳ, ବଳଗଣ୍ଡି, ସାନ୍ତସାହି,କେଶପୁର ବଜାର, ସାନମଙ୍ଗଳାଛକ, ବଡମଙ୍ଗଳା ଛକ ଦେଇ ଇଛାପୁର ରଥଦାଣ୍ଡରେ ପହଁଚିଥିଲା । କଲେଜ ପରିସରରୁ ଏହି ଗଣଦୈାଡରେ ଜିଲ୍ଲାପାଳ ସମର୍ଥ ବର୍ମା, ବିଧାୟକ ଶଶୀଭୂଷଣ ବେହେରା, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ,ଯୁବନେତା ଶକ୍ତିକାନ୍ତ ପାତ୍ର ପ୍ରମୁଖ ଚାଲି ଚାଲି ଇଛାପୁର ରଥଦାଣ୍ଡ ପର୍ଯ୍ୟନ୍ତ ଆସିଥିଲେ ଯଦିଚ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଭଳି ଅଧିକାରୀମାନେ ଜ୍ଞାନପୀଠ ପର୍ଯ୍ୟନ୍ତ ଚାଲି ଚାଲି ଆସିବା ପରେ ସେଠାରୁ ଗାଡିରେ ବସି ଚାଲିଯାଇଥିଲେ । ବାଟରେ ବିଭିନ୍ନ ସ୍ଥାନରେ ଗଣଦୈାଡରେ ଅଂଶଗ୍ରହଣକାରୀଙ୍କୁ ଗ୍ଲୁକୋଜ ପାଣି ପୈାରସଂସ୍ଥା ପକ୍ଷରୁ ପ୍ରଦାନ କରାଯାଇଥିଲା ।
ସ୍ୱାୟତଶାସନ ଦିବସ ଉପଲକ୍ଷେ ଗଣଦୈାଡ