ଲୋକ ଅଦାଲତ ଅନୁଷ୍ଠିତ ୩୭କେସ ଫଇସଲା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜର୍ଜ ଅଦାଲତ ପରିସର ରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ ଙ୍କ ଦ୍ୱାରା ମାଇକ୍ରୋ ଲେବେଲ ଇ ଲୋକ ଅଦାଲତ ଅନୁଷ୍ଠିତ ହୋଇ ୩୭ଗୋଟି କେସ ଫଇସଲା ହୋଇ ହିତାଧିକାରୀ ମାନଙ୍କୁ ୧ କୋଟି ୩୭ ଲକ୍ଷ ୩ ହଜାର ୬୭୬ ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ହୋଇଛି । ମୁଖ୍ୟତଃ ମୋଟର ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଓ କ୍ଷତିଗ୍ରସ୍ତ ହୋଇଥିବା ୩୦ ଗୋଟି କେସ ର ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ ହିତାଧିକାରୀ ମାନଙ୍କୁ ୧ କୋଟି ୧୫ ଲକ୍ଷ ୫ ହଜାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏହି କ୍ଷତି ପୂରଣ ଅର୍ଥ ଓରିଏଣ୍ଟାଲ, ନିଉ ଇଣ୍ଡିଆ ,ଚୋଳ ମଣ୍ଡଳମ, ଏସ.ବି.ଆଇ ଲାଇଫ, ଶ୍ରୀରାମ ଫାଇନାନ୍ସ,ଓ ବିଭିନ୍ନ ବୀମା କମ୍ପାନୀ କୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ସବ-ଜର୍ଜ ସ୍ରୋତସ୍ପୀନ କର ୪ଟି କେସ ମଧ୍ୟରୁ ୩ ଟି କେସ ର ବିଚାର କରି ବିଭିନ୍ନ ଆର୍ଥିକ ସଂସ୍ଥା କୁ ୨୧ ଲକ୍ଷ ୯୮ହଜାର ୬୭୬ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମାନ୍ୟବର ଏସ.ଡି.ଜେ. ଏମ ଶ୍ରୀ ଯୁକ୍ତ ବେଦ ପ୍ରକାଶ ୨ଟି ପାରିବାରିକ କେସ ଓ ୧ଗୋଟି ଏନ.ଆ ଇ. ଆକ୍ଟ କେସ ର ବିଚାର କରି ଫସିସଲା ଶୁଣେଇଛନ୍ତି । ତାଲୁକ ଆଇନ ସେବା କମିଟି ର ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ବରିଷ୍ଠ ଓକିଲ ସନ୍ତୋଷ କୁମାର ତିଆଡି,ଅରୁଣ ପାଢ଼ୀ, ଦେବୀ ତ୍ରିପାଠୀ, ରଜନୀ ପଟ୍ଟନାୟକ,ଅଶ୍ୱନି ପାଣି ଗ୍ରାହୀ, ନିରାକାର ସାହୁ,ସୁଧି ମହାପାତ୍ର, ବିଷ୍ଣୁ ପ୍ରଧାନ, ସମେତ ବହୁ ଓକିଲ କେସ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ